କଟକ : ତାଲିମପ୍ରାପ୍ତ ବାଣିଜ୍ୟ ଓ ଜୀବବିଜ୍ଞାନରେ ସ୍ନାତକ ଡିଗ୍ରୀଧାରୀମାନେ ସରକାରୀ ହାଇସ୍କୁଲରେ ଶିକ୍ଷକ ଭାବେ ନିଯୁକ୍ତି ପାଇପାରିବେ। ଏ ସମ୍ପର୍କରେ ଆଗତ ଏକ ମାମଲାର ବିଚାର କରି ପୂର୍ବରୁ ହାଇକୋର୍ଟଙ୍କ ଜଣକିଆ ପୀଠ ଦେଇଥିବା ରାୟକୁ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍. ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ କାଏମ୍ ରଖିଛନ୍ତି। ଅନ୍ୟପକ୍ଷରେ ଜଣକିଆ ପୀଠଙ୍କ ରାୟକୁ ଚ୍ୟାଲେଞ୍ଜ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦାୟର ରିଟ୍ ଆବେଦନକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି।
ପ୍ରକାଶ ଯେ, ଚୁକ୍ତିଭିତ୍ତକ ଟିଜିଟି(ଟ୍ରେନ୍ଡ ଗ୍ରାଜୁଏଟ୍ ଟିଚର) ପଦ ପୂରଣ ପାଇଁ ୨୦୨୧ ଅଗଷ୍ଟ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କଳା/ବାଣିଜ୍ୟ ବା ଶାସ୍ତ୍ରୀ ଡିଗ୍ରୀ ସହିତ ବିଏଡ୍ ପାସ୍ କରିଥିବା ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିପାରିବେ ବୋଲି ଉଲ୍ଲେଖ ଥିଲା। ପ୍ରାର୍ଥୀ ସ୍ନାତକରେ ଦୁଇଟି ସ୍କୁଲ ବିଷୟ ଯଥା- ଇଂଲିଶ, ଓଡ଼ିଆ, ସଂସ୍କୃତ, ଇତିହାସ, ଭୂଗୋଳ, ଅର୍ଥନୀତି, ରାଜନୀତି ବିଜ୍ଞାନ ଓ ଅନ୍ୟ ଚାରିଟି ବିଷୟ ରଖି ପାସ୍ କରିଥିବେ ବୋଲି ସର୍ତ୍ତ ରଖାଯାଇଥିଲା। ବାଣିଜ୍ୟ ଓ ଲାଇଫ୍ସାଇନ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରାଯାଇଥିଲା। ମାତ୍ର ଚୟନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରି କମ୍ପ୍ୟୁଟର ବେସ୍ଡ ଟେଷ୍ଟ (ସିବିଟି) ଦେଇଥିବା ଆବେଦନକାରୀଙ୍କ ପ୍ରାର୍ଥିତ୍ୱ ପରବର୍ତ୍ତୀ ସମୟରେ ଖାରଜ କରାଯାଇଥିଲା।
ଶିକ୍ଷକ ନିଯୁକ୍ତି ପାଇପାରିବେ ବାଣିଜ୍ୟ ଡିଗ୍ରୀଧାରୀ : ହାଇକୋର୍ଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











