ଉଦଳା : ସ୍କୁଲ ଯିବା ପାଇଁ ଗାଡ଼ିରେ ବାହାରିଥିଲେ ଦମ୍ପତି। କିନ୍ତୁ ଶିକ୍ଷକ ଦମ୍ପତିଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ଦୁବୃତ୍ତ। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଗଡିଗାଁ ଗାଁର ଦୁଲାରାମ ହାଁସଦା ଓ ତାଙ୍କ ସ୍ତ୍ରୀ ମାଣିକେଶ୍ବରୀ ମାରାଣ୍ଡି ହୋଇଛନ୍ତି ଆକ୍ରମଣର ଶିକାର। ସ୍କଲୁ ଯାଉଥିବା ସମୟରେ ଦମ୍ପତିଙ୍କୁ କଟରାସୁଲ ରାସ୍ତାରେ ଆକ୍ରମଣ କରାଯାଇଥିଲା।
ଛିନତାଇ ଉଦ୍ଦେଶ୍ୟରେ ଏକ ବାଇକରେ ତିନି ଜଣ ଯୁବକ ଆସିଥିଲୋ ପରେ ଏହି ଯୁବକମାନେ ଉଭୟ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଆକ୍ରମଣ କରିଥିଲୋ ଶିକ୍ଷୟତ୍ରୀଙ୍କ ଠାରୁ ବ୍ୟାଗ୍ ଛଡାଇବା ପାଇଁ ଉଦ୍ୟମ କରିଥିଲେ ଦୁବୃର୍ଭ। ତେବେ ବ୍ୟାଗ୍ ନେଇ ନପାରିବାରୁ ଉଭୟଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଉଭୟ ଦମ୍ପତି ଗୁରୁତର ଅବସ୍ଥାରେ ବର୍ତ୍ତମାନ ଉଦଳା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏଭଳି ଆକ୍ରମଣ ହୋଇଥିବା ଶିକ୍ଷକ ଦୁଲାରାମ ପ୍ରକାଶ କରିଛନ୍ତି । ଉଦଳା ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଜାରି ରଖୁଛି।
Views: 85











