The Ultimate Managed Hosting Platform
ADVERTISEMENT

ଶିକ୍ଷକଙ୍କୁ ଗୁଳି କଲେ ୨ ନାବାଳକ

Facebook
Twitter
LinkedIn

ନୋଏଡା: ଶିକ୍ଷକଙ୍କୁ ଗୁଳି କଲେ ୨ ନାବାଳକ । ବ୍ୟକ୍ତିଗତ ବିବାଦକୁ କେନ୍ଦ୍ର କରି ଗୁଳି କରିଥିବା ସୂଚନା । ବୁଧବାର ସକାଳେ ନୋଏଡାରେ ଜଣେ ସ୍କୁଲ ଶିକ୍ଷକଙ୍କୁ ଦୁଇ ଜଣ ନାବାଳକ ଗୁଳି କରିଛନ୍ତି। ତେବେ ଗୁଳି ମୁଣ୍ଡରେ ନ ବାଜି କାନକୁ ଛୁଇଁ ଚାଲିଯାଇଥିଲା । ଫଳରେ ଶିକ୍ଷକ ଜଣକ ଅଳ୍ପକେ ବର୍ତ୍ତିଯାଇଥିବା ଜଣାଯାଇଛି । ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ବେଳେ ସୁରଜପୁର ଅଞ୍ଚଳର ଚାନ୍ଦ ଓ୍ଵାଲି ମସଜିଦ୍ ସାହିରେ ରହୁଥିବା ରକିବ ହୁସେନ୍ ସ୍ଥାନୀୟ ସୁଶୀଲ ମଡର୍ଣ୍ଣ ସ୍କୁଲରେ ପଢାଇବାକୁ ଯାଉଥିବା ବେଳେ ପ୍ରାୟ ୧୭ ବର୍ଷର ଦୁଇ ଜଣ ନାବାଳକ ଆସି ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ। କଥାବାର୍ତ୍ତା ସମୟରେ କୌଣସି କଥାକୁ ନେଇ ରକିବ ହୁସେନଙ୍କ ସହ ଦୁଇ ନାବାଳକଙ୍କ ବଚସା ଆରମ୍ଭ ହୋଇଥିଲା । ଯୁକ୍ତିତର୍କ ବେଳେ ଯୁବକମାନେ ହଠାତ୍ ପକେଟରୁ ପିସ୍ତଲ ବାହାର କରି ତାଙ୍କ ମୁଣ୍ଡକୁ ଗୁଳି ମାରି ଫେରାର ହୋଇଯାଇଥିଲେ। କିନ୍ତୁ ସୌଭାଗ୍ୟବଶତଃ ଗୁଳି କାନପଟିକୁ ଛୁଇଁ ଚାଲିଯାଇଥିଲା । ଏଣୁ ସେ ସାମାନ୍ୟ ଆହତ ହୋଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ଘଟଣାସ୍ଥଳରେ ପୁଲିସ ମୁତୟନ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login