ପୁରୀ : ବ୍ରାଉନସୁଗାର ବେପାରୀ ସୁକାନ୍ତି ପଣ୍ଡାର ଜ୍ୱାଇଁ ଘର ଭାଙ୍ଗିଲା ପୋଲିସ । ନୀଳଚକ୍ର ନଗରରେ ଜ୍ୱାଇଁ ଟିକି ଖାନର ୩ଟି ଘର ଜେସିବି ଲଗାଇ ଭଙ୍ଗାଗଲା । ଅପରେସନ ଚକ୍ରରେ ନିଶା ବେପାରୀଙ୍କୁ ସାବାଡ କରିବାକୁ ଉଦ୍ୟମ ଜାରି ।ଦୁଇଟି ଜେସିବି ସାହାଯ୍ୟରେ ଘର ଭଙ୍ଗାଯାଉଛି । ଡିସେମ୍ବର ୪ ତାରିଖରେ ବ୍ରାଉନସୁଗାର ବେପାରୀ ସୁକାନ୍ତି ପଣ୍ଡାଙ୍କ ୪ ଟି ଘର ମାଟିରେ ମିଶିବା ପରେ ଏବେ ଜ୍ୱାଇଁ ଟିକି ଖାନ୍ ର ୩ଟି ଘରକୁ ଭାଙ୍ଗୁଛି ପୁରୀ ପୋଲିସ । ଅପରେସନ ଚକ୍ରରେ ନିଶା ବେପାରୀଙ୍କୁ ସାବାଡ୍ କରିବାକୁ ଏବେ ପୁରୀ ପୋଲିସ ଲଗାତାର ଉଦ୍ୟମ ଜାରି ରଖିଛି ।
Views: 65











