ବ୍ୟୁରୋ : ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ ଏବଂ ମିନେରାଲ୍ସର ମିଶ୍ରଣ ଜରୁରୀ । ପୋଷକ ତତ୍ୱ ଶରୀରର ସବୁ ଅଙ୍ଗକୁ ମଜବୁତ ପ୍ରଦାନ କରେ । ଯଦି ଆପଣଙ୍କ ଶରୀରରେ ପୋଷକ ତତ୍ୱ କମ ହୋଇଯାଏ ତେବେ ଅନେକ ପ୍ରକାରର ଅସୁବିଧା ଦେଖାଦିଏ । ସେହିପରି ଭିଟାମିନ ମଧ୍ୟ ଶରୀର ପାଇଁ ଆବଶ୍ୟକ ଅଟେ । ଖାଦ୍ୟ ପାନୀୟରୁ ଆମକୁ ଭିଟାମିନ ମିଳିଥାଏ । ଯେତେବେଳେ ଆମର ଶରୀରରକୁ ଉଚିତ ମାତ୍ରାରେ ପୋଷକ ତତ୍ୱ ମିଳେ ନାହିଁ ତେବେ ଶରୀରରେ ଭିଟାମିନର ଆବଶ୍ୟକ କମ ହୋଇଯାଏ । ତେବେ ଆସନˆୁ ଜାଣିବା ଶରୀରରେ ଭିଟାମିନ କମ ହେବାର ଲକ୍ଷଣ କଣ କଣ ସବୁ ଦେଖାଯାଏ ।
ମୁଣ୍ଡର କେଶ ଏବଂ ନଖ କମଜୋର ହୋଇଯିବା-ଶରୀରରେ ଭିଟାମିନ କମ ହେବା ଫଳରେ ମୁଣ୍ଡର ଚୁଟି ଏବଂ ନଖ କମଜୋର ହୋଇଯାଏ । ଭିଟାମିନ କମ ହେବା କାରଣରୁ ଚୁଟି ଏବଂ ନଖ ଛିଡିବାକୁ ଲାଗେ । ତେଣୁ ଯଦି ଆପଣଙ୍କ ଚୁଟି ବା କେଶ ଝଡୁଛି ତେବେ ଏହାକୁ ବିଲକୁଲ ଅଣଦେଖା କରନ୍ତୁ ନାହିଁ । ବରଂ ଭିଟାମିନର ଭରପୁର ଖାଦ୍ୟ ନିଜ ଡାଏଟରେ ଶାମିଲ କରନ୍ତୁ ।
ମୁହଁ ଶୁଷ୍କ ହେବା –ଭିଟାମିନ କମ ହେବା ଦ୍ୱାରା ମୁହଁ ଶୁଷ୍କ ହୋଇପଡେ । ଯଦି ଆପଣଙ୍କ ମୁହଁ ଶୁଷ୍କ ହୋଇ ଯାଉଛି ତେବେ ଚୁପ ବସନ୍ତୁ ନାହିଁ । ଆପଣଙ୍କୁ ଆଇରନ ଯୁକ୍ତ ଖାଦ୍ୟ ଖାଇବା ଉଚିତ ।
ମାଢିରୁ ରକ୍ତ ବୋହିବା – ମାଢିରୁ ରକ୍ତ ବୋହିବା ସାଧାରଣ କଥା ହୋଇଥାଏ । କିନ୍ତୁ ଏହି ସମସ୍ୟା ଭିଟାମିନ ଅଭାବରୁ ମଧ୍ୟ ଦେଖାଦେଇଥାଏ । କାରଣ ଭିଟାମିନ ଅଭାବରୁ ମାଢି ସମସ୍ୟା ଦେଖାଦିଏ ଏବଂ ଇମ୍ୟୁନ ସିଷ୍ଟମ ମଧ୍ୟ କମ ହେବାରେ ଲାଗେ ।
ଚର୍ମ ଶୁଷ୍କ ହୋଇଯିବା –ଶରୀରରେ ଭିଟାମିନ କମ ହେବା ଦ୍ୱାରା ଚର୍ମ ଶୁଷ୍କ ହୋଇଯାଏ ।ଯଦି ଆପଣଙ୍କ ଚର୍ମ ଶୁଷ୍କ ହୁଏ କିମ୍ବା ଫାଟେ ତେବେ ଏହା ପ୍ରତି ଆପଣ ଧ୍ୟାନ ଦେବା ଉଚିତ ।
(ପ୍ରତ୍ୟାଖ୍ୟାନ: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ । ଶପଥ ନ୍ୟୁଜ ଏହାକୁ ନିଶ୍ଚିତ କରେ ନାହିଁ ।)
ଶରୀରରେ ଭିଟାମିନ କମ ହେବା ଦ୍ୱାରା କେଉଁ କେଉଁ ଲକ୍ଷଣ ସବୁ ଦେଖାଦିଏ , ଜାଣନ୍ତୁ…
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











