The Ultimate Managed Hosting Platform
ADVERTISEMENT

ଶରଧା ବାଲିରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଗୈାତମ ଆଦାନୀ

Facebook
Twitter
LinkedIn

ପୁରୀ : ପୁରୀରେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୈାତମ ଆଦାନୀ । ସପରିବାର ରଥ ଉପରେ ଶ୍ରୀଜିଉଙ୍କ ଦର୍ଶନ କଲେ । ଶରଧାବାଲିରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ । ସୂଚନାନୁଯାୟୀ, ’’ଆଜିଠୁ ଆରମ୍ଭ ହୋଇଥିବା ଭବ୍ୟ ଯାତ୍ରାରେ ଭଗବାନ ନିଜେ ଆସି ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଏହି ଯାତ୍ରା ଭକ୍ତି, ସେବାର ଉତ୍ସବ । ଏହା ଛଡ଼ା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ପୁରୀଧାମରେ ପ୍ରସାଦ ସେବନର ଆରମ୍ଭ କରିଛୁ’’ ବୋଲି ସେ ତାଙ୍କ ସୋସିଆଲ ମିଡିଆ ପେଜରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ।ସେପଟେ ଆଦାନୀ ଭକ୍ତମାନଙ୍କୁ ଜୁଲାଇ ୮ ପର୍ୟ୍ୟନ୍ତ ପ୍ରସାଦ ସେବାରେ ଡାଲି, ଭାତ, ପନିପରିବା, ଚାପାତି ଏବଂ ମିଠା ଦିଆଯାଉଛି । ଏହା ବ୍ୟତୀତ, ଏହି ଗରମରେ ଭକ୍ତମାନଙ୍କୁ ଆରାମ ଦେବା ପାଇଁ ଫଳ ରସ ଏବଂ ଶେକର ମଧ୍ୟ ବ୍ୟବସ୍ଥା କରାଯାଇଛି । ‘ପ୍ରସାଦ ସେବା’ ପାଇଁ, ଇସ୍କନ ଏବଂ ଆଦାନୀ ଗ୍ରୁପ୍ ଏକାଠି ହୋଇ ପୁରୀ ଧାମରେ ଏକ ମେଗା ରୋଷେଇ ଘର ତିଆରି କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login