ନବରଙ୍ଗପୁର: ଶବକୁ ମିଳିଲାନି ସମ୍ମାନ । ଗରିବ ବୋଲି ପତ୍ନୀଙ୍କ ଶବ ନେବାକୁ ମିଳିଲାନି ଗାଡି । ପ୍ରଶାସନ କିମ୍ବା ରାଜନେତାଙ୍କୁ ଗୁହାରିକଲେ କିନ୍ତା ସହଯୋଗର ହାତ ବଢ଼ିଲା ନାହିଁ। ଶେଷରେ ସଂପର୍କୀୟଙ୍କ ସହାୟତାରେ ୨୦କିଲୋମିଟର କୋକେଇ କାନ୍ଧେଇ ନିଜ ଗାଁକୁ ଚାଲି ଚାଲି ଗଲେ। ନବରଙ୍ଗପୁର ଜିଲ୍ଲାର ଏହି ଦାନ ମାଝୀ ଜଣକ ହେଲେ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଫଫୁଗାଁର ଅଭି ଅମାନତ୍ୟ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ପୂର୍ଣ୍ଣିଗୁଡ଼ା ଗାଁର କରୁଣା ଅମାନତ୍ୟକୁ ବିବାହ କରିଥିଲେ ଫୁଫୁଗାଁର ଅଭି। ପୂର୍ବରୁ ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଥିଲା ବେଳେ ୩ମାସ ତଳେ ତୃତୀୟ ସନ୍ତାନ (କନ୍ୟା)କୁ ଜନ୍ମ ଦେଇଥିଲେ କରୁଣା। ତେବେ ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ କୋରାପୁଟ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ନିଆଯାଇଥିଲା। କିନ୍ତୁ ୨୫ତାରିଖ ରାତିରେ ତାଙ୍କର ଆକସ୍ମିକ ମୃତ୍ୟୁ ହୋଇଥିଲା।
ପତ୍ନୀଙ୍କ ପରଲୋକ ଖବର ପାଇ ଅଭି ପୂର୍ଣ୍ଣିଗୁଡ଼ାକୁ ଆସିଲେ। ଆଦିବାସୀ ପରମ୍ପରା ଅନୁସାରେ ସ୍ବାମୀଙ୍କ ଗାଁରେ ହିଁ ପତ୍ନୀଙ୍କ ଶେଷକୃତ୍ୟ ହୋଇଥାଏ। ଏଥିପାଇଁ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡ଼ି ଯୋଗାଡ଼ କରିବାକୁ ଅଭି ଉଦ୍ୟମ କରିଥିଲେ। ତଥାପି କୌଣସି ଗାଡ଼ି ମିଳିନଥିଲା। ଏଥିପାଇଁ ସ୍ଥାନୀୟ ରାଜନେତାଙ୍କୁ ସରକାରୀ ଗାଡ଼ି ଯୋଗାଡ଼ କରିବାକୁ ଗୁହାରି କରିଥିଲେ। ଏମିତି ସ୍ଥିତିରେ କେହି ସହଯୋଗର ହାତ ବଢ଼ାଇ ନଥିଲେ। ଅନ୍ୟପକ୍ଷରେ ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁଁ ଗାଡ଼ି ଭଡ଼ା କରି ଶବ ନେବା ସମ୍ଭବ ନଥିଲା। ଚାରିଆଡ଼ୁ ନିରାଶ ହୋଇ ଶେଷରେ ଗତକାଲି ଭୋର ସମୟରେ କୋକେଇ ବାନ୍ଧି ସେଥିରେ ପତ୍ନୀଙ୍କ ଶବ ଲଦି ବାହାରି ପଡ଼ିଥିଲେ ନିଜ ଗାଁ ଅଭିମୁଖେ।
ଶବକୁ ମିଳିଲାନି ସମ୍ମାନ ; କୋକେଇରେ ୨୦ କିମି ବୋହିଲେ ପରିବାର , ରାଜନେତାଙ୍କ ସହଯୋଗ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











