The Ultimate Managed Hosting Platform
ADVERTISEMENT

ଶପଥ ନେଲେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି

Facebook
Twitter
LinkedIn

ଭୁବନେଶ୍ୱର : ଶପଥ ନେଲେ ଓଡିଶାର ନୂଆ ରାଜ୍ୟପାଳ । ଆଜିଠୁ ନୂଆ ରାଜ୍ୟପାଳ ହେଲେ ହରିବାବୁ କମ୍ଭମପତି । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ । ଭୁବନେଶ୍ୱରର ରାଜଭବନର ଅଭିଷେକ ହଲ୍ରେ ହୋଇଥିଲା ସ୍ୱତନ୍ତ୍ର କାର୍ୟ୍ୟକ୍ରମ । ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନେକ ନେତୃବୃନ୍ଦ ସାମିଲ ହୋଇଥିଲେ । ଶପଥ ପାଠ ପରେ ତାଙ୍କ ରାଜଭବନ ପରିସର ପରିଦର୍ଶନ କରାଯାଇଥିଲା ।ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ଡଃ କମ୍ଭମପତି ୧୯୭୪-୭୫ ମସିହାରେ ଜୟପ୍ରକାଶ ନାରାୟଣ ଆନ୍ଦୋଳନବେଳେ ଗିରଫ ହୋଇ ୬ମାସ ଜେଲ୍ ଯାଇଥିଲେ। ସେ ୧୯୯୯ ମସିହାରେ ପ୍ରଥମ ଥର ପାଇଁ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୧୪ ମସିହାରେ ବିଶାଖାପାଟଣା ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login