ଭୁବନେଶ୍ୱର : ଆରମ୍ଭ ହୋଇଯାଇଛି ଶକ୍ତିପୀଠରେ ନବରାତ୍ର ପୂଜା । ଦୁର୍ଗତିନାଶିନୀ ମା ଦୁର୍ଗାଙ୍କ ଆଗମନ ପାଇଁ ଉଲ୍ଲସିତ ହେଲାଣି ଧରାପୃଷ୍ଠ । ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପରିବେଶ । ଶୋଡ଼ଷ ଉପଚାରରେ ହେଉଛି ମାଆଙ୍କ ନୀତିକାନ୍ତି । ଷୋଡଶ ଉପଚାର ପୂଜା ପାଇଁ ଠାକୁରାଣୀଙ୍କୁ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ସଜ୍ଜିତ କରାଯାଉଛି । ଆଜି ଷୋଡ଼ଶୀ ବେଶରେ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡି । ସେପଟେ ସମ୍ବଲପୁରରେ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ମଣ୍ଡପରେ ପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।ମୃଣ୍ମୟ ମୃର୍ତ୍ତିରେ ରଙ୍ଗ ଚଢାଉଛନ୍ତି କାରିଗର । କାରିଗର ମାନେ ମାଆ ଦୁର୍ଗାଙ୍କ ସହ ପାଶ୍ବ ଦେବଦବୀଙ୍କ ରଙ୍ଗକାମ ଆରମ୍ଭ କରିଛନ୍ତି । ଦୁଇଦିନ ମଧ୍ୟରେ ରଙ୍ଗକାମ ସରିବା ପରେ ପଞ୍ଚମୀ ପୂର୍ବରୁ ନୂଆ ବସ୍ତ୍ର ଓ ଅଳଙ୍କାର ଲାଗି କରାଯିବ । ସେପଟେ ଚଳିତ ମାସ ୨୪ ତାରିଖରେ ହେଉଛି ଦଶହରା । ସେଥିପାଇଁ କାରିଗର ମାନେ ଆଗୁଆ ପ୍ରସ୍ତୁତି କଲେଣି । ଧରାପୃଷ୍ଠରେ ମାଙ୍କୁ ସ୍ୱାଗତ ଜଣାଇବାକୁ ହସିଲାଣି କାଶତଣ୍ଡି ଫୁଲ । ଯେଉଁ ଆଡେ ଦେଖ ଏବେ କେବଳ ହସୁଛି କାଶତଣ୍ଡି ।
ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଶାରେ କଂଗ୍ରେସର ସ୍ଥାନ ନାହିଁ –ମନମୋହନ
ଭୁବନେଶ୍ୱର : କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ମନମୋହନ ସାମଲ । ଓଡିଶାରେ କଂଗ୍ରେସର କୈାଣସି ସ୍ଥାନ ନାହିଁ କହିଲେ ମନମୋହନ । ସୁଯୋଗ ମିଳିଲେ ବି...
ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ
ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...
ରାହୁଲ ଅବାନ୍ତର କଥା କହୁଛନ୍ତି -ଆଇନମନ୍ତ୍ରୀ
ଭୁବନେଶ୍ୱର : ରାହୁଲଗାନ୍ଧୀ ଅବାନ୍ତର କଥା କହୁଛନ୍ତି କହିଲେ ଆଇନମନ୍ତ୍ରୀ । ବଳଭଦ୍ରଙ୍କ ରଥ ମୋଡ ନେବା କାରଣରୁ ରଥ ଟଣା ବିଳମ୍ବ ହେଲା । ଅଦାନୀଙ୍କ...
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ
ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...