ନୂଆଦିଲ୍ଲୀ : ମିଶନ ଚନ୍ଦ୍ରୟାନ-୩କୁ ନେଇ ଇସ୍ରୋର ଟ୍ୱିଟ । ଲ୍ୟାଣ୍ଡରରୁ ଅଲଗା ହେଲା ରୋଭର “ପ୍ରଜ୍ଞାନ” । ଅଲଗା ହେବା ପରେ ଚନ୍ଦ୍ରରେ ବୁଲୁଛି ପ୍ରଜ୍ଞାନ । ଚନ୍ଦ୍ରପୃଷ୍ଠରେ ତଥ୍ୟ ସଂଗ୍ରହ କରିବ ରୋଭର । ସ୍ରୋ ତରଫରୁ ଘୋଷଣା ହୋଇଛି ଯେ ରୋଭର ପ୍ରଜ୍ଞାନ ବିକ୍ରମ ଲ୍ୟାଣ୍ଡରରୁ ଅଲଗା ହୋଇ କାମ ଆରମ୍ଭ କରିଛି । ଇସ୍ରୋ ଦେଇଥିବା ଟ୍ବିଟ୍ ସମସ୍ତଙ୍କ ପାଇଁ ଆଉ ଏକ ଖୁସି ଖବର ଆଣିଛି ଏବଂ ଏହା ମିଶନର ସଫଳତାକୁ ଦର୍ଶାଉଛି । ବର୍ତ୍ତମାନ ଚନ୍ଦ୍ରପୃଷ୍ଠର ତଥ୍ୟ ସଂଗ୍ରହ କରିବ ରୋଭର ।
ଚନ୍ଦ୍ରାୟନ-୩ ମିଶନ ବିଷୟରେ ଇସ୍ରୋ ଦ୍ବାରା ଜାରି କରାଯାଇଥିବା ଟ୍ବିଟରରେ କୁହାଯାଇଛି ଯେ, ଚନ୍ଦ୍ରୟାନ-୩ର ରୋଭର ମେଡ ଇନ୍ ଇଣ୍ଡିଆ, ମେଡ ଫର ଦ ମୁନ୍ । ଚନ୍ଦ୍ରୟାନ-୩ ର ରୋଭର ଲ୍ୟାଣ୍ଡରରୁ ଅଲଗା ହୋଇ ଚନ୍ଦ୍ର ଉପରେ ବୁଲୁଛି । ଖୁବଶୀଘ୍ର ଅଧିକ ଅପଡେଟ ସାମ୍ନାକୁ ଆସିବ ।

Views: 89











