The Ultimate Managed Hosting Platform
ADVERTISEMENT

ଲୋକାଲ ଟ୍ରେନରେ କଲେଜ ଛାତ୍ରୀଙ୍କୁ ଅସଦାଚରଣ, ଯୁବକ ଗିରଫ

Facebook
Twitter
LinkedIn

ନୂଆଦିଲ୍ଲୀ : ଲୋକାଲ ଟ୍ରେନରେ କଲେଜ ଛାତ୍ରୀଙ୍କୁ ଅସଦାଚରଣ । ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଗିରଫ । ଅନ୍ଧେରୀ ଷ୍ଟେସନ ପ୍ଲାଟଫର୍ମରେ ପୋଲିସ ଯୁବତଙ୍କୁ ଗିରଫ କ ରେଲୱେ ପୋଲିସ । ଖବର ମୁତାବକ, ମୁମ୍ବାଇ ଅନ୍ଧେରୀ ଷ୍ଟେସନରେ ସକାଳ ୧୦.୪୦ ମିନିଟରେ ୧୯ ବର୍ଷୀୟ ଛାତ୍ରୀ ଜଣକ ଜେନେରାଲ ବଗିରେ ଯାଉଥିବା ବେଳେ ଅଭିଯୁକ୍ତ ଯୁବକ ଜଣକ ଛାତ୍ରୀଙ୍କ ପଛରେ ଠିଆ ହୋଇ ପଛପଟକୁ ବାରମ୍ବାର ଛୁଇଁଥିଲେ । ଛାତ୍ରୀ ଜଣକ ଏଥିରେ ଅତିଷ୍ଠ ହୋଇ ସେଠାରୁ ଚାଲିଯାଇଥିଲେ । ଟ୍ରେନ ଅନ୍ଧେରୀ ଷ୍ଟେସନରେ ଟ୍ରେନ ରହିବା ପରେ ଛାତ୍ରୀ ଜଣକ ଯେଉଁଆଡେ ଯାଇଥିଲେ, ଯୁବକ ଜଣକ ତାଙ୍କ ପଛେ ପଛେ ଗୋଡାଇ ଯାଇଥିଲେ । ଛାତ୍ରୀ ଜଣକ ପ୍ଲାଟଫର୍ମରେ ଥିବା ଏକ୍ସାଲେଟରରେ ଯାଇ ଠିଆ ହୋଇଥିବା ବେଳେ ଯୁବକ ଜଣକ ତାଙ୍କ ପଛରେ ଠିଆ ହୋଇ ପୁଣି ସେଭଳି କାଣ୍ଡ କରିଥିଲେ ।
ଏହି ସମୟରେ ଛାତ୍ରୀ ଜଣକ ଆଲାର୍ମ ବଜାଇଥିଲେ । ଆଉ ନିର୍ଭୟା ସ୍କ୍ଵାର୍ଡର ଦୁଇ ଜଣ ଅଫିସର ଆସି ଯୁବକଙ୍କୁ ଗିରଫ କରିଥିଲେ । ଅଭିଯୁକ୍ତଙ୍କ ନାମ ଭାରତ ପଣ୍ଡିତ (୨୬) ବୋଲି ଜଣାପଡିଛି । ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login