The Ultimate Managed Hosting Platform
ADVERTISEMENT

ଲୋକସଭା ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ

Facebook
Twitter
LinkedIn

ନୂଆଦିଲ୍ଲୀ : ଲୋକସଭା ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ । ନଭେମ୍ବର ୨୫ ଅଧିବେଶନ ଆରମ୍ଭ ଦିନଠାରୁ ସମ୍ବିଧାନ , ଆଦାନୀ, ସମ୍ଭଲ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଗୃହରେ ଲାଗି ରହିଥିଲା ଅଚଳାବସ୍ଥା । ଆଦାନୀ ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା କରିବାକୁ ସରକାରଙ୍କ ଅଗ୍ରାହ୍ୟକୁ ନେଇ ଉଭୟ ଗୃହ ସୁରୁଖୁରୁରେ ଚାଲିପାରିନଥିଲା। ଗତକାଲି ସଂସଦ ଭବନ ଗେଟରେ ଠେଲାପେଲା ଘଟଣାକୁ ନେଇ ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟ ସାଂସଦଙ୍କ ମଧ୍ୟରେ ଚାଲିଥିଲା ବୟାନବାଜି। ଗତକାଲି ସଂସଦ ପରିସରରେ ଶାସକ ଓ ବିରୋଧୀ ସାଂସଦ ମୁହାଁମୁହିଁ ଘଟଣାର ବିଜେପି ସଂସଦ ମାର୍ଗ ଥାନାରେ ରାହୁଲ ଗାନ୍ଧିଙ୍କ ବିରୋଧରେ ଏତଲା ରୁଜୁ କରିଥିଲା। ସେପଟେ ଶାସକ ବିଜେପି ସାଂସଦ ସଂସଦ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ କଂଗ୍ରେସ ବିରୋଧରେ ପ୍ରତିବାଦ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login