ନୂଆଦିଲ୍ଲୀ : ଆଜି ଡିସେମ୍ବର ୧୭ରେଏକ ରାଷ୍ଟ୍ର, ଏକ ନିର୍ବାଚନ ବିଲ ଆଗତ ହୋଇଛି । ଲୋକସଭାରେ ଭା,ଣ ଦେଇ ଗୃହମନ୍ତ୍ରୀ ଅମିତ ଶାହା ମତ ଦେଇଛନ୍ତି ଯେ ଏହି ବିଲ୍ ବିତର୍କ ପାଇଁ ସଂସଦୀୟ ପ୍ୟାନେଲ ପଠାଯାଇପାରିବ । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ଏହି ବିଲକୁ ଲୋକସଭାରେ ଆଗତ କରିଛନ୍ତି । ତେବେ ଏହି ବିଧେୟକକୁ ସମ୍ବିଧାନର ୧୨୯ ତମ ସଂଶୋଧନ ବିଧେୟକ ବୋଲି ନାମ ଦିଆଯାଇଛି । ଖାଲି ଏତିକିନୁହେଁ ଏହି ବିଲକୁ ଲୋକସଭାରେ ପାସ କରିବାକୁ ଯଥା ସମ୍ଭବ ଚେଷ୍ଟା ଚଳାଇଛି ବିଜେପି । ସେଥି ପାଇଁ ଆଜି ବିଜେପିର ସମସ୍ତ ସାଂସଦଙ୍କ ପାଇଁ ଦଳ ହ୍ୱିପ ଜାରି କରିଛି । ତେବେ ଏହି ବିଲକୁ ଟିଡିପି ସମର୍ଥନ କରିବ ବୋଲି ସଫା ସଫା କହିଦେଇଛି । ୱାଇଏସଆରସିପି ଦଳର ସମସ୍ତ ସାଂସଦ ମଧ୍ୟ ଏହି ବିଲକୁ ସମର୍ଥନ କରିବେ ବୋଲି ସୂଚନା ଦେଇଛନ୍ତି । ଅନ୍ୟପଟେ କଂଗ୍ରେସ ଏହି ବିଲକୁ ସମର୍ଥନ କରିବ ନାହିଁ ବୋଲି କହିଛନ୍ତି କଂଗ୍ରେସ ଦଳର ସାଂସଦ ମନୀଷ ତିୱାରୀ ।
Views: 26