ଭୁବନେଶ୍ୱର : ସଧାରଣ ଲୋକଙ୍କ ମତାମତ ପରେ ସୁଭଦ୍ରା ଏସଓପି ସାର୍ବଜନୀନ ହେବ । ସୁଭଦ୍ରା ଏସଓପି ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା । ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହିତାଧିକାରୀଙ୍କୁ ଦିଆଯିବ । ସୁଭଦ୍ରା ଯୋଜନା ପାଇଁ ଏସଓପି ପ୍ରସ୍ତୁତ ସରିଛି , ଲୋକଙ୍କ ମତାମତକୁ ଅପେକ୍ଷା । ସାରା ରାଜ୍ୟରେ ୧୦ଟି କ୍ଲଷ୍ଟରରେ ଲୋକମାନଙ୍କ ଠାରୁ ମତାମତ ନିଆଯାଉଛି । ଲୋକମାନେ ଯାହା ମତାମତ ଦେବେ ସେହି ହିସାବରେ ସଂଶୋଧନ ହେବ । ୧୪ ତାରିଖ ସୁଦ୍ଧା ଜିଲ୍ଲାପାଳ ମାନଙ୍କ ଠାରୁ ଫିଡବ୍ୟାକ ରିପୋର୍ଟ ଆସିବ । ଲୋକଙ୍କ ମତ ପରେ ଏସଓପିରେ ସଂଶୋଧନ ହୋଇ ସାର୍ବଜନୀନ ହେବ ।
Views: 77











