The Ultimate Managed Hosting Platform
ADVERTISEMENT

ଲୁହରେ ଭିଜିଲା ମାଣିକମରା ଗାଁ, ସହିଦ CISF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

Facebook
Twitter
LinkedIn

କାମାକ୍ଷାନଗର : ସହିଦ ସିଆଇଏସଏଫ ଯବାନ ମନୋଜ ବିଶ୍ୱାଳଙ୍କ ଶେଷକୃତ୍ୟ ସମ୍ପନ୍ନ । ପୈତୃକ ଗ୍ରାମ ପରଜଙ୍ଗ ବ୍ଲକ ମାଣିକମରା ଗାଁରେ ହେଲା ଶେଷକୃତ୍ୟ । କିସ୍ତୱାର ବାଦଲଫଟା ବର୍ଷା ଓ ଭୂସ୍ଖଳନରେ ସହିଦ । ଗାଁରେ ସହିଦଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା ପରେ ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ କରାଯାଇଛି । ଦୁଇ ଝିଅ ମଧ୍ୟ ବାପାଙ୍କୁ ଶେଷ ଶ୍ରଦ୍ଧାଞ୍ଚଳି ଦେଇଥିଲେ । ଏହାକୁ ଦେଖି ଉପସ୍ଥିତ ଥିବା ଲୋକ ମଧ୍ୟ ନିଜ କୋହକୁ ସମ୍ଭାଳି ପାରିନଥିଲେ ।
ପ୍ରିୟଜନଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ । ସମସ୍ତଙ୍କ ଆଖିରେ ଲୁହ ଓ ଛାତିରେ କୋହ । କେହିବି ନିଜକୁ ସମ୍ଭାଳିବା ସ୍ଥିତିରେ ନାହାନ୍ତି । କଥା ଦେଇଥିଲେ ଗାଁକୁ ଖୁବଶୀଘ୍ର ଫେରିବେ କିନ୍ତୁ ନିଜେ ତ ଆସିଲେ ନାହିଁ ଆସିଲା ତାଙ୍କ ମରଶରୀର । ଜାମ୍ମୁକାଶ୍ମୀର କିସ୍ତୱାରରେ ବାଦଲଫଟା ବର୍ଷାରେ ଭୂସ୍ଖଳନ ହେବା ଫଳରେ ସହିଦ ହୋଇଥିଲେ ଉଓଝୠ ଯବାନ ମନୋଜ ବିଶ୍ୱାଳ । ଆଜି ନିଜ ପୈତୃକ ଗାଁ ପରଜଙ୍ଗ ବ୍ଲକ ମାଣିକମରାରେ ତାଙ୍କ ପାର୍ଥିବଶରୀର ପହଞ୍ଚିବା ପରେ ଗାଁ ଶ୍ମଶାନରେ ହୋଇଛି ମନୋଜ ବିଶ୍ୱାଳଙ୍କ ଶେଷକୃତ୍ୟ ।
ପରଜଙ୍ଗ ବ୍ଲକ ମାଣିକମରା ଗାଁର ମନୋଜ ବିଶ୍ୱାଳ । ଆଜିକୁ ଦୀର୍ଘ ତିରିଶ ବର୍ଷ ଧରି ସିଆଇଏସଏଫରେ ଯବାନ ଭାବେ କାର୍ୟ୍ୟ କରିଆସୁଥିବା ବେଳେ ତାଳଚେର ସ୍ଥିତ ଥର୍ମାଲ ଠାରେ ରହି ଆସୁଥିଲେ । ଦୁଇ ମାସ ହେଲା ଜାମ୍ମୁକାଶ୍ମୀର ଯାଇଥିଲେ ମନୋଜ । ଗତ କିଛିଦିନ ତଳେ କିସ୍ତୱାରରେ ହୋଇଥିଲା ବାଦଲ ଫଟା ବର୍ଷା । ଆଉ ପ୍ରବଳ ବର୍ଷା ଫଳରେ ହୋଇଥିବା ଭୂସ୍ଖଳନ ଯୋଗୁ ମନୋଜ ରହୁଥିବା ଉଓଝୠର ବେସ କ୍ୟାମ୍ପ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ଏଥିରେ ଅନେକ ଯବାନ ନିଖୋଜ ହୋଇଯାଇଥିଲେ । ଏହାରି ଭିତରେ ଗତକାଲି ମନୋଜଙ୍କ ମରଶରୀର ଉଦ୍ଧାର ହେବା ପରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପରିବାର ଲୋକ ସୂଚନା ପାଇଥିଲେ । ଖବର ପାଇବା ପରେ ମନୋଜଙ୍କ ଗାଁ ମାଣିକମରାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପୁରା ଗାଁ ଓ ଆଖପାଖର ଗ୍ରାମବାସୀ ସ୍ତବ୍ଧ ହୋଇଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login