ଭୁବନେଶ୍ୱର : ପ୍ରାୟ ୨୪ ଘଣ୍ଟା ପରେ ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ସମର୍ଥା ନିଯୋଗର ସହ ଯୋଗ ପରେ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ । ସକାଳୁ ମଙ୍ଗଳ ଆଳତୀ ସମ୍ପୁର୍ଣ୍ଣ , କୋଠ ଭୋଗ ପ୍ରକ୍ରିୟା ଆରମ୍ଭ । କାଲି ସମର୍ଥା ନିଯୋଗ ସେବାୟତ ବନ୍ଦ କରିଥିଲେ ନୀତିକାନ୍ତି । ଲିଙ୍ଗରାଜ ମନ୍ଦିର ରେ ୨୪ ଘଣ୍ଟା ଧରି ଉପବାସ ରହିବା ପରେ ଆଜି ଦେଉଳରେ ସବୁ ସ୍ବଭାବିକ ହୋଇଛି । ମନ୍ଦିରକୁ ଆସି ସେବାୟତଙ୍କ ସହ ଆଲୋଚନା କରିଛନ୍ତି ମନ୍ଦିର ଟ୍ରଷ୍ଟି ସୁର ରାଉତରାୟ । ଏଥିପାଇଁ ପ୍ରଶାସନ ସଜାଗ ରହିବା ଦରକାର ବୋଲି ସେ କହିଛନ୍ତି ।ସେଭଳି ଆଜି ସମୟ ଅନୁଯାୟ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଚାଲିଛି । ସକାଳୁ ଦ୍ଵାରା ଫିଟା ନୀତି, ଦ୍ଵାରପାଳ ପୂଜା ସହ ମଙ୍ଗଳ ଆଳତୀ, ଅବକାଶ ନୀତି, ମାଘ ସ୍ନାନ ଆଦି ସରିଛି । ବର୍ତମାନ ମନ୍ଦିର ବେଢାରେ ଆରମ୍ଭ ହୋଇଛି କୋଠ ଭୋଗ ପ୍ରକ୍ରିୟା । ଆଜି ସମର୍ଥା ସେବାୟତ କାର୍ୟ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି ।
ଲିଙ୍ଗରାଜଙ୍କ ନୀତିକାନ୍ତି ସମ୍ପୁର୍ଣ୍ଣ ; କୋଠ ଭୋଗ ପ୍ରକ୍ରିୟା ଆରମ୍ଭ, ୨୪ ଘଣ୍ଟା ପରେ ସ୍ୱାଭାବିକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











