The Ultimate Managed Hosting Platform
ADVERTISEMENT

ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ

Facebook
Twitter
LinkedIn

ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି । ଲାଲକିଲ୍ଲା ଏବଂ ଦିଲ୍ଲୀ ସଚିବାଳୟ ପରିସର ଭିତରେ ସନ୍ଧାନ କରାଯାଉଛି । ଖଲିସ୍ତାନୀ ଗ୍ରୁପ ନାମରେ ଧମକପୂର୍ଣ୍ଣ ମେଲ୍ ଆସିଛି । ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସୀ ଯାଞ୍ଚ ଆରମ୍ଭ କରିଛି । ଦିଲ୍ଲୀ ପୋଲିସ ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ୱାଡ୍ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏଯାଏଁ କୌଣସି ସନ୍ଦିଗ୍ଧ ଜିନିଷ ମିଳିନାହିଁ । ସେହିପରି ଆଜି ସକାଳେ ଦିଲ୍ଲୀର ଦୁଇଟି ପ୍ରତିଷ୍ଠିତ ସ୍କୁଲକୁ ବୋମାରେ ଉଡ଼ାଇଦେବା ପାଇଁ ଇମେଲ୍ ଜରିଆରେ ଧମକ ମିଳିଛି । ଏହି ଖବର ପ୍ରସାରିତ ହେବା ପରେ ସୁରକ୍ଷା ସଂସ୍ଥା ଏବଂ ଅଭିଭାବକମାନଙ୍କ ମଧ୍ୟରେ ଭୟ ଓ ଚାଞ୍ଚଲ୍ୟ ଖେଳିଯାଇଛି । ଧୌଲାକୁଆଁ ସ୍ଥିତ ଆର୍ମି ପବ୍ଲିକ୍ ସ୍କୁଲ (APS) ଏବଂ ଲୋଧି ରୋଡ୍ ସ୍ଥିତ ଏୟାର ଫୋର୍ସ ବାଲ୍ ଭାରତୀ ସ୍କୁଲକୁ ଇମେଲରେ ଧମକ ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login