The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଲଦାଖରେ ବ୍ୟାପକ ହିଂସା ପରେ କର୍ଫ୍ୟୁ ଜାରି

Facebook
Twitter
LinkedIn

ଲଦାଖ : ଲଦାଖରେ ବ୍ୟାପକ ହିଂସା ପରେ କର୍ଫ୍ୟୁ ଜାରି ହୋଇଛି । ସୋନମ୍ ୱାଙ୍ଗଚୁକଙ୍କ ସମର୍ଥନରେ ଲେହରେ ଛାତ୍ରମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ବଡ଼ ଧରଣର ପ୍ରତିବାଦ କରୁଛନ୍ତି । ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ପ୍ରଦର୍ଶନ କରାଯାଉଛି । ଲେହ, କାରଗିଲ ଭଳି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି ହୋଇଛି। ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ହିଂସାରେ ସଂପୃକ୍ତ ଅଭିଯୋଗରେ ୫୦ ଜଣଙ୍କୁ ଅଟକ ରଖାଯାଇଛି । ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଅନୁଯାୟୀ ପାଞ୍ଚ ଜଣରୁ ଅଧିକ ଲୋକଙ୍କ ଏକତ୍ରିତ ହେବା ଉପରେ ନିଷେଧାଦେଶ ଲାଗୁ ହୋଇଛି । ଶୋଭାଯାତ୍ରା, ରାଲିକୁ ନିଷିଦ୍ଧ କରାଯାଇଛି । ଗତକାଲି ଲଦାଖକୁ ରାଜ୍ୟ ମାନ୍ୟତା ଓ ସମ୍ବିଧାନର ଷଷ୍ଠ ତାଲିକାରେ ଅନ୍ତର୍ଭୁକ୍ତ ଦାବିରେ ଚାଲିଥିବା ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା । ବନ୍ଦ ବେଳେ ଆନ୍ଦୋଳନକାରୀମାନେ ବିଜେପି କାର୍ୟ୍ୟାଳୟ ପୋଡ଼ି ଦେଇଥିଲେ । ବିଭିନ୍ନ ସ୍ଥାନରେ ଛାତ୍ର ଓ ପୁଲିସ ବାହିନୀ ମଧ୍ୟରେ ଭୀଷଣ ସଂଘର୍ଷ ହୋଇଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୨ ଜଣ ଆହତ ହୋଇଛନ୍ତି । ଉତ୍ତେଜନା ଜାରି ରହିଥିବା ବେଳେ ଆଜି କାରଗିଲ ବନ୍ଦ ଡାକରା ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login