ଜଗତସିଂହପୁର : ଷଣ୍ଢକୁଦ ବସ୍ତିରେ ଘଟିଯାଇଛି ଏକ ଲଜ୍ଜା ଜନକ ଘଟଣା, ତିନିବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ । ଗୁରୁତର ଅବସ୍ଥାରେ ପ୍ରଥମେ ଅଠରବାଙ୍କୀ ମେଡିକାଲ ଓ ପରେ ଜଗତସିଂହପୁର ମେଡିକାଲକୁ ରେଫର କରାଯାଇଛି । ପରିବାର ପକ୍ଷରୁ ଜଟାଧାର ମୁହାଣ ଥାନାରେ ଏତଲା। ପୋଲିସ ତରଫରୁ ସନ୍ଦେହରେ ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଘଟଣା ଘଟିଛି ପାରାଦୀପ ଜଟାଧାର ସାମୁଦ୍ରିକ ଥାନା ଅନ୍ତର୍ଗତ ଷଣ୍ଢକୁଦ ବସ୍ତି ୧୭ ନମ୍ବର ୱାର୍ଡରେ । ବସ୍ତିରେ ରହିଥିବା ମହେଶ ଓ ତାଙ୍କ ପରିବାର ଖାଇ ପି ଶୋଇପଡ଼ିବା ପରେ ରାତିରେ ତିନିବର୍ଷର ଝିଅଟି ନିଖୋଜ ହୋଇ ଯାଇଥିଲା । ରାତି ତିନିଟା ପାଖାପାଖି ଝିଅ ଘରେ ନ ଥିବା ଦେଖି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ନିରାଶ ହୋଇ ଥାନାକୁ ଆସୁଥିବା ସମୟରେ ଝିଅକୁ ଜଣେ ବୟସ୍କ ବ୍ୟକ୍ତି ରଖିଥିବା ଖବର ପାଇ ଝିଅକୁ ଆଣିବା ସମୟରେ ଝିଅର ରକ୍ତସ୍ରାବ ହେଉଥିବା ଦେଖି ପ୍ରଥମେ ଜଟାଧାର ସାମୁଦ୍ରିକ ଥାନାରେ ଅଭିଯୋଗ ଦେବା ସହିତ ଅଠରବାଙ୍କୀ ମେଡିକାଲରେ ଆସୁ ଚିକିତ୍ସା କରିବା ପରେ ଝିଅକୁ ଜଗତସିଂହପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ ନାବାଳିକାକୁ ପାଇ ଘରେ ରଖିଥିବା ବୃଦ୍ଧ ବ୍ୟକ୍ତିଙ୍କୁ ଥାନାରେ ପଚରା ଉଚରା ଜାରି ରହିଥିବା ବେଳେ ଅଭିଯୁକ୍ତ କିଏ ତାହା ଅସ୍ପଷ୍ଟ ରହିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।
ଲଜ୍ଜା, ତିନିବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ

Facebook
Twitter
LinkedIn
Facebook
Twitter
LinkedIn
Recent News
ପ୍ରଜଲ ରେଭନାଙ୍କୁ ଆଜୀବନ
ବେଙ୍ଗାଲୁର : ଜେଡି(ଏସ) ନେତା ପୂର୍ବତନ ସାଂସଦ ପ୍ରଜଲ ରେଭନାଙ୍କୁ ଆଜୀବନ । ବେଙ୍ଗାଲୁରୁ ସ୍ପେଶାଲ କୋର୍ଟ ଆଜୀବନ କାରାଦଣ୍ଡା ଦେଶ ଦେଲେ । କୋର୍ଟ ଅଗଷ୍ଟ...
ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ
ଭୁବନେଶ୍ୱର : ପିଏମ ପୋଷଣ ସ୍କିମରେ ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ । ଯେଉଁଦିନ ଅଣ୍ଡା ଦିଆଯାଉଥିଲା , ସେହିଦିନ ଫଳ...
ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଏହି ଡାଲି
ବ୍ୟୁରୋ : ମୁଗ ଡ଼ାଲି ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳିଥାଏ । ଏହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ...
ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା
ଭୁବନେଶ୍ୱର : ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା । ମାରପିଟ୍ କଲେ, ଯାହା ପାରିଲେ ଭାଙ୍ଗିଲେ । ଫୁଲ କୁଣ୍ଡଠାରୁ ଆରମ୍ଭ କରି କଂପ୍ୟୁଟର, କବାଟ ଆଦି...