ମୁମ୍ବାଇ : ଲଗାଣ ବର୍ଷାରେ ବୁଡିଲା ମାୟାନଗରୀ ମୁମ୍ବାଇ । ରାସ୍ତା ଉପରେ ପାଣି ପ୍ରବାହିତ, ଗମନାଗମନ ପ୍ରଭାବିତ । ଲଗାଣ ବର୍ଷାକୁ ନେଇ ହାଇଆଲର୍ଟରେ ମୁମ୍ବାଇ , ସତର୍କ ରହିବାକୁ ପରାମର୍ଶ । ତଳିଆ ଅଞ୍ଚଳରେ ପଶିଲା ପାଣି , ଲୋକେ ହନ୍ତସନ୍ତ । ସବୁ ସରକାରୀ,ବେସରକାରୀ ସ୍କୁଲ ଛୁଟି ଘୋଷଣା କଲା ପ୍ରଶାସନ । ଆବଶ୍ୟକ ନ ହେଲେ ଘରୁ ନ ବାହାରିବାକୁ ଆଡଭାଇଜରି ।
ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଆପତ୍ତକାଳୀନ ସେବାଗୁଡିକୁ ସତର୍କ ରହିବା ପାଇଁ କୁହାଯାଇଛି । ଆବଶ୍ୟକ ନ ହେଲେ ଘରୁ ନ ବାହାରିବାକୁ ଆଡଭାଇଜରି ଜାରି କରାଯାଇଛି ।
ଏ ସମ୍ପର୍କରେ ବୃହତନଗର ମ୍ୟୁନିସିପାଲ କର୍ପୋରେସନର ଲୋକସମ୍ପର୍କ ଅଧିକାରୀ (ପିଆରଓ) ସୂଚନା ଦେଇଛନ୍ତି । ସହରର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ ପାଣି ଜମି ରହିବା ଯୋଗୁଁ ଅନ୍ଧେରୀ ସବୱେ ବନ୍ଦ ହୋଇଯାଇଛି ।
Views: 43