The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଲକ୍ଷେଶ୍ଵରଙ୍କ ଚନ୍ଦନ ଚାପ ଓ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷ

Facebook
Twitter
LinkedIn

କଟକ(ଅମୂଲ୍ୟ କୁମାର ବାରିକ) : କଟକ ସଦର ଥାନା ଫୁଲନଖରା ନିକଟସ୍ଥ ପୁରୁଣା କାଚରାମାଳ ଗ୍ରାମରେ ଚନ୍ଦନ ଚାପ ଏବଂ ଯାତ୍ରା ଶୁକ୍ରବାର ଠାରୁ ଆରମ୍ଭ ହୋଇ ମଙ୍ଗଳବାର ଶେଷ ହୋଇଛି । ପାଞ୍ଚଦିନ ଧରି ଚନ୍ଦନ ଚାପ ଘାଟ ଏବଂ ଯାତ୍ରା ପଡ଼ିଆ ଉତ୍ସବ ମୁଖର ହୋଇଉଠିଥିଲା । ଏହି ପାରମ୍ପାରିକ ଚନ୍ଦନ ଚାପ ଏବଂ ଯାତ୍ରାକୁ ଦେଖିବା ପାଇଁ ପୁରୁଣା କାଚରାମାଳ , ନୂଆ କାଚରାମାଳ , ବମ୍ଫକୁଦ ସମେତ ଆଖପାଖ ଅଞ୍ଚଳର ଲୋକମାନଙ୍କର ପାଞ୍ଚଦିନ ଧରି ଚନ୍ଦନ ଘାଟ ଏବଂ ଯାତ୍ରା ପଡ଼ିଆରେ ଭିଡ ଲାଗିଥିଲା । ଚନ୍ଦନ ଯାତ୍ରା ପାଇଁ ପୁରୁଣା କାଚରାମାଳ ଏବଂ ପାଖ ଗ୍ରାମରେ ଘରେ ଘରେ ବନ୍ଧୁ ବାନ୍ଧବଙ୍କ ଗହଳି ଚହଳି ଲାଗିଥିଲା । ପାଞ୍ଚ ଦିନ ଧରି ପାରମ୍ପାରିକ ନିତି ଅନୁସାରେ ସନ୍ଧ୍ୟାରେ ଲକ୍ଷେଶ୍ଵରଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ର ଶେଖରଙ୍କୁ ବିମାନରେ ବସାଇ ଚାପ ଖେଳିବା ପାଇଁ କୁଆଖାଇ ନଦୀର ଚନ୍ଦନ ଘାଟକୁ ଅଣାଯାଇ ନୈ।ଟାରେ ବସାଇ ଦିନ ଏବଂ ରାତି ଚାପ କରାଯାଇଥିଲା ।ଚାପ ଖେଳ ସରିବା ପରେ ନୈ।କରୁ ଚନ୍ଦ୍ର ଶେଖରଙ୍କ ଚଳନ୍ତି ପ୍ରତିମାକୁ ଚନ୍ଦନ ମଣ୍ଡପକୁ ଅଣାଯାଇ ପୂଜା ନିତିକାନ୍ତି ଅନୁଯାୟୀ ଭୋଗ କରାଯାଇଥିଲା ।


ପ୍ରଥମ ଦିନ ଲଖେଶ୍ଵରଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ର ଶେଖରଙ୍କୁ ସୁସଜ୍ଜିତ ଵିମାନରେ ବସାଇ ବାଜା ବାଣ ରୋଷଣୀ କରି ଚନ୍ଦନ ପଡିଆକୁ ଅଣାଯାଇ ଯାତ୍ରା ପଡ଼ିଆରେ ନିର୍ମିତ ଅସ୍ଥାୟୀ ମଣ୍ଡପରେ ଆବସ୍ଥାନ କରାଯାଇଥିଲା । ପ୍ରଥମ ଦିନ ବ୍ରାହ୍ମଣ ପରିବାର ପକଂତି ଭୋଗ ଖୁଆଇଲେ । ସେହିପରି ଦ୍ୱିତୀୟ ଦିନ ପୁରୁଣା କାଚରାମାଳ ଗ୍ରାମ ବାସୀ ପକଂନ୍ତି ଭୋଗ ଯାତ୍ରା ପଡ଼ିଆରେ ଖୁଆଇଥିଲେ। ତୃତୀୟ ଦିନ ବମ୍ଫକୁଦ ଗ୍ରାମବାସୀ ଶୋଭାଯାତ୍ରାରେ ନେଇ ତାଙ୍କ ଗ୍ରାମରେ ଭୋଗ ଖୁଆଇଥିଲେ । ଚତୁର୍ଥ ଦିନ ନୂଆ କାଚରମାଳ ଗ୍ରାମକୁ ଶୋଭାଯାତ୍ରାରେ ଯାଇ ଭୋଗ ଖାଇଥିଲେ । ଚନ୍ଦନ ଚାପ ଶେଷ ଦିନ ପୁରୁଣା କାଚରାମାଳ ଗ୍ରାମବାସୀ ଲଖେଶ୍ଵରଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ର ଶେଖରଙ୍କୁ ବିମାନରେ ବସାଇ ଚାପ ତୁଠ ମଣ୍ଡପରୁ ଯାତ୍ରା ପଡ଼ିଆ ପର୍ୟ୍ୟନ୍ତ ବାଜା,ବାଣ,ଘଣ୍ଟ , ସଂକୀର୍ତ୍ତନ , ଷଣ୍ଢ ନାଚ,, ଘୋଡ଼ା ନାଚ , ଭାଲୁ ଆଦି ବିଭିନ୍ନ ପ୍ରକାରର ନୃତ୍ୟର ତାଳେ ତାଳେ ଯାତ୍ରା ପଡ଼ିଆକୁ ଗଲାବେଳେ ଗ୍ରାମର ଲୋକମାନେ ଭୋଗ ଖୁଆଇଥିଲେ ।


ଏହି ଶୋଭାଯାତ୍ରାରେ ପିଲାଙ୍କ ଠାରୁ ଯୁବକ ମାନେ ନାଚିକୁଦି ବିମାନକୁ ଯାତ୍ରା ପଡ଼ିଆକୁ ନେଇଥିଲେ। ଏହି ଶୋଭାଯାତ୍ରା ଏବଂ ଆତସବାଜି ପ୍ରଦର୍ଶନ ଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା । ଶେଷ ଦିବସରେ ଯାତ୍ରା ପଡ଼ିଆରେ ବିମାନ ପହଞ୍ଚି ମଣ୍ଡପରେ ବସିଲା ପରେ ମହାନ୍ତି ଘର ଭୋଗ ଖୁଆଇ ଥିଲେ । ଚାରି ଦିନ ଧରି ଅପେରା ପରିବେଷଣ କରାଯାଇଥିଲା । ପାଞ୍ଚ ଦିନ ଧରି ଚାପ ଏବଂ ଅପେରା ପରିବେଷଣ କାର୍ୟ୍ୟକୁ ଚନ୍ଦନ ଯାତ୍ରା ପରିଚାଳନା କମିଟି ର ସମସ୍ତ ସଦସ୍ୟ, ଗ୍ରାମର ଯୁବକ ଏବଂ କଟକ ସଦର ଥାନା ପୋଲିସ ଉପସ୍ଥିତି ରହି କାର୍ୟ୍ୟ କୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିଥିଲେ । ପ୍ରଶାନ୍ତ କୁମାର ମହାନ୍ତି, ସୁକାନ୍ତ ଭୋଇ, ସୁଧାକର ସ୍ବାଇଁ, ସୂର୍ୟ୍ୟ କାନ୍ତ ବରାଳ, କିଶୋର ଚନ୍ଦ୍ର ବରାଳ, ବସନ୍ତ କୁମାର ସାହୁ, ଲକ୍ଷ୍ମଣ ସାହୁ ,ଗୋବିନ୍ଦ ମହାରଣା , ପ୍ରଭାତ କୁମାର ବରାଳ, ରଶ୍ମୀ ରଞ୍ଜନ ମିଶ୍ର, ଯୋଗେନ୍ଦ୍ର ଜେନା,ବସନ୍ତ କୁମାର ଭୋଇ, କାଳନ୍ଦୀ ଜେନାଙ୍କ ସମେତ ଗ୍ରାମର ସମସ୍ତ ଯୁବକ ସହଯୋଗ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login