
ଭୁବନେଶ୍ୱର : ରେଳ ଷ୍ଟେସନ୍ରୁ ୩୨ କେଜି ସୁନା ଜବତ । ଭୁବନେଶ୍ୱର ରେଳ ଷ୍ଟେସନ୍ରୁ ସୁନାକୁ ଜବତ କଲା ଜିଏସ୍ଟି ଓ ଜିଆର୍ପି । ଜବତ ସୁନାକୁ ସିଲ କରି ଟ୍ରେଜରୀ ଅଫିସକୁ ହସ୍ତାନ୍ତର କରାଯାଇଛି ।ଏହାସହିତ ଜିଏସ୍ଟି ଫାଙ୍କିବା ଓ ଟ୍ୟାକ୍ସ ବାବଦରେ ୯୬ ଲକ୍ଷ ଫାଇନ କଲା ଜିଏସ୍ଟି । ଅଟକ ୪ଜଣ ଓ ମାଲିକ ସୁନା ବାବଦରେ ସଠିକ ସୂଚନା କିମ୍ବା ସନ୍ତୋଷ ଜନକ ଉତ୍ତର ଦେଇ ପାରିଲେନାହିଁ ।ସେହିପରି ସୁନା ବାବଦରେ ସଠିକ ତଥ୍ୟ ଦେବାକୁ ୪ ଜଣ କର୍ମଚାରୀ । ମାଲିକଙ୍କୁ ଜିଏସ୍ଟି ସମନ କରିଛି । ଜିଏସ୍ଟି ଟିମ୍ ହାତରେ ଲାଗିଛି ଓଡ଼ିଶାରେ ଏହି ସୁନା ବ୍ୟବସାୟୀଙ୍କ ନାମ । ଏନେଇ ଖୁବଶୀଘ୍ର ସୁନା ଦୋକାନରେ ଚଢ଼ାଉ କରିବ ଟିମ। ତେବେ ସୂଚନାଯୋଗ୍ୟ ଯେ, କୋଣାର୍କ ଏକ୍ସପ୍ରେସ୍ରେ ସୁନା ଆସୁଥିବା ଜିଆର୍ପିକୁ ସୂଚନା ମିଳିଥିଲା । ପୂର୍ବ ସୂଚନା ଆଧାରରେ ଜିଆର୍ପି ଚଢାଉ କରିଥିଲା । ଏହି ଚଢାଉରେ ଜିଆର୍ପିକୁ ୪ଟି ବ୍ୟାଗ୍ରୁ ପାଖାପାଖି ୩୨ କେଜି ସୁନା ଜବତ ହୋଇଥିଲା । ଯାହାର ଦାମ ପ୍ରାୟ ୧୬ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।