The Ultimate Managed Hosting Platform
ADVERTISEMENT

‘ରେଳ କର୍ମଚାରୀଙ୍କ ପୁରୁଣା ପେନସନ ଲାଗୁ କର’

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ଠାରେ ପେନସନ ସମ୍ବିଧାନ ମହାରାଲି । ରାଲିରେ ଯୋଗ ଦେଇଛନ୍ତି ହଜାର ହଜାର ରେଳ କର୍ମଚାରୀ । ଭାରତୀୟ ରେଳ କର୍ମଚାରୀ ପୁରୁଣା ପେନସନ ସମିତି ସଂଘ ପକ୍ଷରୁ ଲୋୟର ପିଏମଜିରେ ଗର୍ଜିଲେ । ପୁରୁଣା ପେନସନ ବ୍ୟବସ୍ଥାକୁ ପୁଣି ଥରେ ଲାଗୁ କରିବା ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୦୪ ଓ ଓଡିଶା ସରକାରଙ୍କ ଦ୍ୱାରା ୨୦୦୫ରେ ପୂର୍ବ ପ୍ରଚଳିତ ହେଉଥିବା ପୁରୁଣା ପେନସନକୁ ଉଚ୍ଛେଦ କରି ନୂତନ ପେନସନ ବ୍ୟବସ୍ଥା କର୍ମଚାରୀଙ୍କ ପାଇଁ ଲାଗୁ କରିଛନ୍ତି । ପୁରୁଣା ବ୍ୟବସ୍ଥାରୁ କର୍ମଚାରୀ ମାନଙ୍କୁ ବଞ୍ଚିତ କରି ନୂତନ ପେନସନ ବ୍ୟବସ୍ଥା ଲାଗୁ କରି ଅବସର କାଳୀନ ଜୀବନ ଅନିଶ୍ଚିତତା ଭିତରକୁ ଠେଲି ଦେଇଛନ୍ତି । ତେଣୁ ଏହାକୁ ବିରୋଧ କରିବା ସଙ୍ଗେ ସଙ୍ଗେ ଯଥାଶୀଘ୍ର ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଏହି ରାଲିକୁ ସଫଳ କରିବା ପାଇଁ ଭାରତୀୟ ରେଳର ସମସ୍ତ ଟ୍ରେଡ ୟୁନିୟନ , କାଉନସିଲ, ଆସୋସିଏସନ ସହଯୋଗର ହାତ ବଢାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login