ଭୁବନେଶ୍ୱର : ଭୁବନେଶ୍ୱର ଠାରେ ପେନସନ ସମ୍ବିଧାନ ମହାରାଲି । ରାଲିରେ ଯୋଗ ଦେଇଛନ୍ତି ହଜାର ହଜାର ରେଳ କର୍ମଚାରୀ । ଭାରତୀୟ ରେଳ କର୍ମଚାରୀ ପୁରୁଣା ପେନସନ ସମିତି ସଂଘ ପକ୍ଷରୁ ଲୋୟର ପିଏମଜିରେ ଗର୍ଜିଲେ । ପୁରୁଣା ପେନସନ ବ୍ୟବସ୍ଥାକୁ ପୁଣି ଥରେ ଲାଗୁ କରିବା ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୦୪ ଓ ଓଡିଶା ସରକାରଙ୍କ ଦ୍ୱାରା ୨୦୦୫ରେ ପୂର୍ବ ପ୍ରଚଳିତ ହେଉଥିବା ପୁରୁଣା ପେନସନକୁ ଉଚ୍ଛେଦ କରି ନୂତନ ପେନସନ ବ୍ୟବସ୍ଥା କର୍ମଚାରୀଙ୍କ ପାଇଁ ଲାଗୁ କରିଛନ୍ତି । ପୁରୁଣା ବ୍ୟବସ୍ଥାରୁ କର୍ମଚାରୀ ମାନଙ୍କୁ ବଞ୍ଚିତ କରି ନୂତନ ପେନସନ ବ୍ୟବସ୍ଥା ଲାଗୁ କରି ଅବସର କାଳୀନ ଜୀବନ ଅନିଶ୍ଚିତତା ଭିତରକୁ ଠେଲି ଦେଇଛନ୍ତି । ତେଣୁ ଏହାକୁ ବିରୋଧ କରିବା ସଙ୍ଗେ ସଙ୍ଗେ ଯଥାଶୀଘ୍ର ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଏହି ରାଲିକୁ ସଫଳ କରିବା ପାଇଁ ଭାରତୀୟ ରେଳର ସମସ୍ତ ଟ୍ରେଡ ୟୁନିୟନ , କାଉନସିଲ, ଆସୋସିଏସନ ସହଯୋଗର ହାତ ବଢାଇଛନ୍ତି ।
‘ରେଳ କର୍ମଚାରୀଙ୍କ ପୁରୁଣା ପେନସନ ଲାଗୁ କର’

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଶାରେ କଂଗ୍ରେସର ସ୍ଥାନ ନାହିଁ –ମନମୋହନ
ଭୁବନେଶ୍ୱର : କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ମନମୋହନ ସାମଲ । ଓଡିଶାରେ କଂଗ୍ରେସର କୈାଣସି ସ୍ଥାନ ନାହିଁ କହିଲେ ମନମୋହନ । ସୁଯୋଗ ମିଳିଲେ ବି...
ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ
ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...
ରାହୁଲ ଅବାନ୍ତର କଥା କହୁଛନ୍ତି -ଆଇନମନ୍ତ୍ରୀ
ଭୁବନେଶ୍ୱର : ରାହୁଲଗାନ୍ଧୀ ଅବାନ୍ତର କଥା କହୁଛନ୍ତି କହିଲେ ଆଇନମନ୍ତ୍ରୀ । ବଳଭଦ୍ରଙ୍କ ରଥ ମୋଡ ନେବା କାରଣରୁ ରଥ ଟଣା ବିଳମ୍ବ ହେଲା । ଅଦାନୀଙ୍କ...
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ
ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...