କଟକ : କଟକ ରେଭେନ୍ସା ବିଶ୍ୱ ବିଦ୍ୟାଳୟକୁ A+++ । ନାକ୍ ରାଙ୍କରେ ରେଭେନ୍ସା କଲେଜକୁ ମିଳିଲା A+++ । କିଛି ଦିନ ତଳେ ବିଶ୍ୱ ବିଦ୍ୟାଳୟ ପରିଦର୍ଶନ କରିଥିଲା ୫ ଜଣିଆ ନାକ୍ ଟିମ୍ । ରେଭେନ୍ସା କ୍ୟାମ୍ପସର ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ସହ କ୍ୟାମ୍ପସର ଶୈଖିକ ବାତାବରଣ, କ୍ୟାମ୍ପସର ଏକାଡେମିକ୍ ରେକର୍ଡକୁ ଅନୁଧ୍ୟାନ କରି ଏ ପ୍ଲସ ପ୍ଲସ ମାନ୍ୟତା ମିଳିଥିବା କହିଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ । ପ୍ରଥମ ଥର ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏଭଳି ମାନ୍ୟତା ମିଳିଥିବା କହିଛନ୍ତି ରେଜିଷ୍ଟାର ।
Views: 79