ନୂଆଦିଲ୍ଲୀ : ରେପୋ ରେଟ୍ ୬.୫% ଅପରିବର୍ତ୍ତିତ ରଖିଲା ଆରବିଆଇ । ଅପରିବର୍ତ୍ତିତ ରଖିବାକୁ ମନିଟାରୀ ପଲିସି କମିଟିର ନିଷ୍ପତ୍ତି । ପ୍ରେସମିଟରେ ସୂଚନା ଦେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ବାର୍ଷିକ ମୁଦ୍ରାସ୍ପିତି ପ୍ରତିଶତରୁ ଅଧିକ ରହିବା ଆକଳନ । ଜିଡିପି ମହାମାରୀର ପୂର୍ବାବସ୍ଥାକୁ ଫେରିବା ନେଇ ମଧ୍ୟ ଆକଳନ । ସେଂଟ୍ରାଲ ବ୍ୟାଙ୍କ ବ୍ୟାଙ୍କଗୁଡିକୁ ଦେଉଥିବା ରଣର ସୁଧ ହାରକୁ ରେପୋ ରେଟ କୁହାଯାଏ । ରେପୋ ରେଟ ବଢିଲେ ସାଧାରଣ ଲୋକଙ୍କ ପକେଟ ଉପରେ ମାଡ ହୁଏ । ବ୍ୟାଙ୍କ ସୁଧ ହାର ବଢାଇଥାଏ । ଫଳରେ ଇଏମଆଇ ମଧ୍ୟ ଅଧିକା ଦେବାକୁ ପଡିଥାଏ । ରେପୋ ରେଟ ଅପରିବର୍ତିତ ରହିଥିବାରୁ ସାଧାରଣ ଲୋକଙ୍କ ଆସ୍ୱସ୍ତି ମିଳିଛି । ତେବେ ୨୦୨୪ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ୪ ପ୍ରତିଶତ ଉପରେ ରହିବାର ସମ୍ଭବନା ରହିଛି । ତେଣୁ ଏହା ଉପରେ ନଜର ରଖାଯାଇଥିବା ଆରବିଆଇ ଗଭର୍ଣ୍ଣର କହିଛନ୍ତି ।
Views: 76