ମୁମ୍ବାଇ : ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ଉପୁଜିଲା ବନ୍ୟା ସ୍ଥିତି । ରାସ୍ତାଘାଟ, ଗଳିକନ୍ଦି, ରେଳ ଲାଇନ ସବୁଠି ବର୍ଷା ପାଣି । ଲୋକେ ନାହିଁ ନଥିବା ହଇରାଣ , ଜନଜୀବନ ଅସ୍ତବ୍ୟସ୍ତ । ବର୍ଷା ସହିତ ମୁମ୍ବାଇରେ ୭୦-୮୦ କିମି ବେଗରେ ପବନ ବି ବହିଥିଲା । ଫଳରେ ଅନେକ ଅଞ୍ଚଳରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା । ତଳିଆ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପାଣି ଜମା ହୋଇଯିବାରୁ ଯାତାୟତ ଲାଗି ସମସ୍ୟା ସୃଷ୍ଟି ହୋଇଥିଲା ।ପ୍ରବଳ ବର୍ଷା ଯୋଗୁ ନିକଟରେ ମେ ୧୧ ତାରିଖରେ ଶୁଭାରମ୍ଭ ହୋଇଥିବା ୱର୍ଲି ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନରେ ବି ପାଣି ଭର୍ତ୍ତି ହୋଇଯାଇଥିଲା । ହାର୍ବର, ସେଣ୍ଟ୍ରାଲ ଲାଇନ୍ରେ ଲୋକାଲ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ବର୍ଷା ଯୋଗୁଁ ୮ଟି ବିମାନ ଉଡ଼ାଣ ପ୍ରଭାବିତ ହୋଇଥିବା ହୋଇଥିବା ବେଳେ କିଛି ବିମାନକୁ ଡାଇଭର୍ଟ କରାଯାଇଥିଲା ।ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ସାଧାରଣତଃ ଜୁନ୍ ୧୧ ତାରିଖ ବେଳକୁ ମୌସୁମୀ ମୁମ୍ବାଇରେ ପହଞ୍ଚିଥାଏ । କିନ୍ତୁ ଚଳିତଥର ୧୬ ଦିନ ଆଗୁଆ ପହଞ୍ଚିଛି । ସେପଟେ ମୌସୁମୀ ପ୍ରଭାବରେ ମୁମ୍ବାଇ ସମେତ ପୂରା ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ମୁମ୍ବାଇରେ ରେଡ ଆଲର୍ଟ ଜାରି କରାଯାଇଛି ।
ରେକର୍ଡ ବର୍ଷା : ମୁମ୍ବାଇରେ ବନ୍ୟା ସ୍ଥିତି
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







