The Ultimate Managed Hosting Platform
ADVERTISEMENT

ରୁଷର ଗ୍ୟାସ ଷ୍ଟେସନରେ ଭୀଷଣ ଅଗ୍ନିକାଣ୍ଡ, ୨୫ ଜଣ ଜୀବନ୍ତ ଦଗ୍ଧ

Facebook
Twitter
LinkedIn

ନୂଆଦିଲ୍ଲୀ : ଦକ୍ଷିଣ ରୁଷିଆର ଦାଗେସ୍ତାନରେ ଏକ ଗ୍ୟାସ୍ ଷ୍ଟେସନରେ ଅଗ୍ନିକାଣ୍ଡ ଘଟି ୩ ଶିଶୁଙ୍କ ସମେତ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ସୋମବାର ରାତିରେ ଦାଗେସ୍ତାନର ରାଜଧାନୀ ମାଖଚକାଲାରେ ରାଜପଥରେ ପାର୍ଶ୍ୱରେ ଥିବା ଏକ କାର୍ ସର୍ଭିସ୍ ସେଣ୍ଟରରେ ପ୍ରଥମେ ଏହି ଅଗ୍ନିକାଣ୍ଡ ଘଟିଥିଲା। ବିସ୍ଫୋରଣ କାରଣରୁ ନିଆଁ ପାଖ ଗ୍ୟାସ ଷ୍ଟେସନକୁ ବ୍ୟାପିଯାଇଥିଲା। ରୁଷ୍ର ଡେପୁଟି ସ୍ୱାସ୍ଥ୍ୟମନ୍ତ୍ରୀ ଭ୍ଲାଦିମିର୍ ଫିସେଙ୍କୋଙ୍କ ସୂଚନା ଅନୁସାରେ, ଆହତଙ୍କ ସଂଖ୍ୟା ୬୬କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ୬୦୦ ବର୍ଗ ମିଟର (୭୧୫ ବର୍ଗ ଗଜ) ଅଞ୍ଚଳରେ ବ୍ୟାପିଥିବା ନିଆଁକୁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ସାଢ଼େ ୩ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login