ନୂଆଦିଲ୍ଲୀ : ନିଜ ବାହାଘରକୁ ନେଇ ଚର୍ଚ୍ଚାରେ ଥିବା ଯୋଡି ପିନାକୀ ମିଶ୍ର ଓ ମହୁଆ ମଇତ୍ର ଗତକାଲି ରାତିରେ ଦିଲ୍ଲୀର ଏକ ତାରକା ହୋଟେଲରେ ତାଙ୍କ ରିସେପ୍ସନ ଭୋଜି ଦେଇଛନ୍ତି । ଜର୍ମାନୀରେ ବାହାଘର ହୋଇଥିବା ବେଳେ ଦିଲ୍ଲୀରେ ରିସେପସନ ପାର୍ଟି ଦେଇଛନ୍ତି । ଏହି ଭୋଜିରେ ଦଳମତ ନିର୍ବିଶେଷରେ ଅନେକ ନେତା/ନେତ୍ରୀ ଯୋଗ ଦେଇଥିଲେ । ବିଶେଷ କରି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ, ତାଙ୍କ ପତ୍ନୀ ଡିମ୍ପଲ ଯାଦବ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ମହୁଆଙ୍କ ସହକର୍ମୀ ଭାବେ ସାଂସଦ ତଥା ଅଭିନେତ୍ରୀ ରଚନା ବାନାର୍ଜୀ, ବିଜେଡିର ସୁଲତା ଦେଓ, ସୁପ୍ରିୟା ସୁଲେ, କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ ପ୍ରମୁଖ ଯୋଗ ଦେଇଥିଲେ।
ଉଲ୍ଲେଖ ଥାଉ କି ପୁରୀର ପୂର୍ବତନ ସାଂସଦ ତଥା ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ର ଜର୍ମାନୀରେ ତୃଣମୂଳ କଂଗ୍ରେସର ବହୁଚର୍ଚ୍ଚିତ ସାଂସଦ ମହୁଆ ମୈତ୍ରଙ୍କୁ ବିବାହ କରିଥିଲେ । ୬୫ ବର୍ଷୀୟ ପିନାକୀ ମିଶ୍ରଙ୍କ ଏହା ଦ୍ବିତୀୟ ବିବାହ ଥିଲା । କିଛି ନିର୍ଦ୍ଦିଷ୍ଟ ଅତିଥିଙ୍କ ଉପସ୍ଥିତିରେ ଜୁନ ୩ ତାରିଖରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା।
ରିସେପସନ ପାର୍ଟି ଦେଲେ ପିନାକୀ ମିଶ୍ର-ମହୁଆ ମୈତ୍ରୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ
ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...
ମନ୍ଦିର ରୋଷେଇ ଘରେ ଭୟଙ୍କର ଅଗ୍ନିକାଣ୍ଡ , ୧୫ ଜଣ ଗୁରୁତର
ପଞ୍ଜାବ : ପଞ୍ଜାବର ବରନାଲା ଜିଲ୍ଲାର ଏକ ମନ୍ଦିରର ରୋଷେଇ ଘରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏକ ବଡ଼ ଚୁଲିରେ ଡିଜେଲ ଢାଳିବା ସମୟରେ ବଡ...
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ
ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...
ପୂର୍ବତନ ସରପଞ୍ଚଙ୍କୁ ଅପହରଣ ଅଭିଯୋଗ
ରେଢାଖୋଲ : ଘୁଷୁରାମାଲର ପୂର୍ବତନ ସରପଞ୍ଚଙ୍କୁ ଅପହରଣ ଅଭିଯୋଗ । କିଛି ଦୁର୍ବୁତ୍ତ ଏକ କାରରେ ଆସି ଅପହରଣ କରିନେଇଥିବା ଅଭିଯୋଗ । ରେଢାଖୋଲ ଥାନାରେ ଅଭିଯୋଗ...