The Ultimate Managed Hosting Platform
ADVERTISEMENT

ରିଲିଜ୍‌ ହେଲା ‘ବ୍ରହ୍ମାସ୍ତ୍ର’ର ପ୍ରଥମ ଗୀତ

Facebook
Twitter
LinkedIn

 ଅପେକ୍ଷାର ଅନ୍ତ ହୋଇଛି । ଶେଷରେ ସମୟ ଆସିଛି। ବଲିଉଡର ମୋଷ୍ଟ ହ୍ୟାଣ୍ଡସମ୍‌ ଅଭିନେତା ରଣବୀର କପୁର ଏବଂ ଚୁଲ୍‌ବୁଲି ସୁନ୍ଦର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରର କେଶରିଆ ଗୀତ ରିଲିଜ ହୋଇଛି । ଏହାକୁ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ସେୟାର କରାଯାଇଛି । ଯାହା ବର୍ତ୍ତମାନ ଭାଇରାଲ୍‌ ହେବା ସହ ଟ୍ରେଣ୍ଡ କରୁଛି ୟୁଜର୍ସମାନେଏହି ଗୀତର ପ୍ରଶଂସା କରୁଛନ୍ତି।

କହିବାକୁ ଗଲେ ଯେ କେସରିଆ ଗୀତ ଅତ୍ୟନ୍ତ ସ୍ୱତନ୍ତ୍ର । କାହିଁକି ନା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ ପ୍ରଥମ ଥର ପାଇଁ ବ୍ରହ୍ମାସ୍ତ୍ରରେ ଦେଖିବାକୁ ମିଳିବ। ଏଭଳି ପରିସ୍ଥିତିରେ ଏହା ହେଉଛି ଫିଲ୍ମର ପ୍ରଥମ ଗୀତ, ଯେଉଁଥିରେ ଦୁହିଁଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିବ । ଏହା ବ୍ୟତୀତ ରଣବୀର-ଆଲିଆ ଏହି ଗୀତରେ ରୋମାଣ୍ଟିକ ଅନ୍ଦାଜ୍‌ରେ ନଜର ଆସିଛନ୍ତି । ଏହି ଗୀତରେ ଅରିଜିତ ସିଂ ସହ ନିକିତା ଗାନ୍ଧୀ ଗାଇଥିବା ବେଳେ  ପ୍ରୀତମ ଏବଂ ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ଲିଖାଯାଇଛି। ସୋସିଆଲ ମିଡିଆରେ ଗୀତର ଅନେକ ସ୍କ୍ରିନସଟ ଏବଂ କ୍ଲିପଗୁଡ଼ିକ ଭାଇରାଲ ହେବାରେ ସହ ରଣବୀର କପୁର ଏବଂ ଆଲିଆଙ୍କ ରୋମାଣ୍ଟିକ କେମେଷ୍ଟ୍ରିକୁ ଖୁବ୍‌ ପସନ୍ଦ କରିଛନ୍ତି। ଏହି ଗୀତ ଚଳିତ ବର୍ଷର ସବୁଠାରୁ ବଡ ହିଟ୍ ଗୀତ ବୋଲି ପ୍ରମାଣିତ ହେବ କୁହାଯାଉଛି ।

ଏହି ଚଳଚ୍ଚିତ୍ରର ଟ୍ରେଲରରେ ଦେଖାଯାଇଥିବା ପ୍ରକାରର VFX ପୂର୍ବରୁ ହିନ୍ଦୀ ସିନେମାରେ ଦେଖାଯାଇ ନଥିଲା । ଏସବୁ ବ୍ୟତୀତ ଶାହାରୁଖ ଖାନ ମଧ୍ୟ ଏହି ଫିଲ୍ମରେ କ୍ୟାମୋ  ଭୂମିକାରେ ଦେଖିବାକୁ ମିଳିବେ । ଆୟାନ୍ ମୁଖାର୍ଜୀ ଗତ ୯ ବର୍ଷ ଧରି ଏହି ଫିଲ୍ମ ପାଇଁ କାମ କରୁଥିଲେ । ଏହା ଏକ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର, ଯାହା ହିନ୍ଦୀ ସହିତ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡରେ ଭାଷାରେ ୯ ସେପ୍ଟେମ୍ବରରେ ରିଲିଜ୍‌ ହେବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ । ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଲାଇସେନ୍ସ । ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି ।...

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟ : ଗୁଜୁରାଟରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ସବୁ ମନ୍ତ୍ରୀଙ୍କ ଇସ୍ତଫା । ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ । ଆଜି ରାତିରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ସ୍କର୍ପିଓ-ଟ୍ରେଲର ମୁହାଁମୁହିଁ ଧକ୍କା ; ୪ ଜଣଙ୍କର ଚାଲିଗଲା ଜୀବନ

ରାଜସ୍ଥାନ : ରାଜସ୍ଥାନର ବାଲୋତ୍ରାର ସିନ୍ଦାରି ଥାନା ସୀମା ଅନ୍ତର୍ଗତ ସଦା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।...

Login