ଗଜପତି : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ସ୍ଥିତ ହାଇସ୍କୁଲ ପଡ଼ିଆ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ରାୟଗଡ଼ ସଦର ସ୍ଥିତ ହାଇସ୍କୁଲ ପଡ଼ିଆରେ ଆଜି ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡ଼ ବ୍ଲକରେ ଥିବା ୨୧ ଗୋଟି ପଞ୍ଚାୟତର ଗ୍ରାମାଞ୍ଚଳର ସାମଗ୍ରିକ ଭିତ୍ତିଭୂମିର ଉନ୍ନତି କରଣ ଉପରେ ଗୁରୁତ୍ଵ ଦେଇ ଆଜି ଗଜପତି ଜିଲ୍ଲାରେ ଥିବା ୭ଗୋଟି ବ୍ଲକରେ ଏକକାଳୀନ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ପଞ୍ଚାୟତର ସାମଗ୍ରିକ ଭିତ୍ତି ଭୂମିର ଉନ୍ନତି କରଣ କରିବା ପାଇଁ ପ୍ରତି ପଞ୍ଚାୟତ ପାଇଁ ପଚାଶ ଲକ୍ଷ ଟଙ୍କା ଲେଖାଏଁ ମୋଟ ଦଶ କୋଟି ପଚାଶ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଥିବାକୁ ନେଇ ୫ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଘୋଷଣା କରିଛନ୍ତି। ଏହାସହ ରାୟଗଡ଼ ବ୍ଲକ ଲକ୍ଷ୍ମୀପୁର ପଞ୍ଚାୟତ ଠାରେ ଏକ ହଷ୍ଟେଲ ନିର୍ମାଣ ସହ ଗଣ୍ଡାହାତୀ ଓ ଗୁଦଗୁଦା ଜଳପ୍ରପାତ ଉନ୍ନତିକରଣ ପାଇଁ ଅନୁଦାନ ରାଶି ମଞ୍ଜୁର ହୋଇଥିବା ଶ୍ରୀ ପାଣ୍ଡିଅନ ପ୍ରକାଶ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସି ନାୟକ, ଅତିରିକ୍ତ ସି.ଡି.ଓ ନୀଳମାଧବ ମାଝୀ, ବିଡିଓ ସୁଧୀର ରଞ୍ଜନ ସିଂ, ରାୟଗଡ଼ ତହସିଲଦାର ରାଜକିଶୋର ପଟ୍ଟନାୟକ, ବ୍ଲକ ମିଶନ ଶକ୍ତି ବ୍ଲକ କର୍ମଚାରୀ,ବ୍ଲକରେ ଥିବା ସବୁ ପଞ୍ଚାୟତର ସ୍ଵୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା, ସରପଞ୍ଚ,ସମିତି ସଭ୍ୟ,ଜନ ପ୍ରତିନିଧି ଓ ବହୁ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ର ଶେଷରେ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀକୁ ଚେକ୍ ପ୍ରଦାନ କରାଯାଇଥିଲା।
ରାୟଗଡ଼ ବ୍ଲକରେ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ

Facebook
Twitter
LinkedIn
Facebook
Twitter
LinkedIn
Recent News
ଜଳିଗଲା ୩ ମହଲା ଘର
ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...
ବିହାର ପାଇଁ ଜେଡିୟୁର ପ୍ରାର୍ଥୀ ଘୋଷଣା
ବିହାର : ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୭ ଜଣଙ୍କ ନାଁ । ଚିରାଗ ପାଶୱାନ ଦାବି କରୁଥିବା ୪ଟି ସିଟରେ ପ୍ରାର୍ଥୀ ଦେଲା ଜେଡିୟୁ ।...
ନାଣ୍ଡୁ ଅପରାଧି ଚରିତ୍ରର ବ୍ୟକ୍ତି ; ଭକ୍ତ ଦାସ
ଭୁବନେଶ୍ୱର : କଂଗ୍ରେସ ଭବନ ବାହାରେ ହାଇଡ୍ରାମାକୁ ନେଇ ପିସିସି ସଭାପତିଙ୍କ ସ୍ପଷ୍ଟ ମତ । ନାଣ୍ଡୁ ଧଳ ଜଣେ ଅପରାଧିକ ଚରିତ୍ରର ବ୍ୟକ୍ତି । ସେ...
ସ୍କୁଲ ବସ-ବାଇକ ମୁହାଁମୁହିଁ ଧକ୍କା , ବାଇକ ଚାଳକ ମୃତ
ଉମରକୋଟ : ସ୍କୁଲ ବସ୍ ଓ ବାଇକ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ, ୩ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଗଞ୍ଜାପାର...