The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ରାହୁଲ ଗାନ୍ଧୀଙ୍କ ‘ଭାରତ ନ୍ୟାୟ ଯୋଡୋ ଯାତ୍ରା’ର ସଫଳତା ପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ଆଦିବାସୀ, ଦଳୀତ, ମହିଳା, ଯୁବ, କୃଷକଙ୍କ ସମେତ ଗରୀବ ଲୋକମାନେ ସେମାନଙ୍କ ନିଜ ହଜ୍‌ରୁ ବଂଚିତ ହେଉଛନ୍ତି । ସେମାନଙ୍କ ହକ୍‌କୁ ସୁନିଶ୍ଚିତ କରିବା ଓ ସେମାନଙ୍କୁ ନ୍ୟାୟ ଦେବା ଲାଗି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଓଡ଼ିଶାରେ ଅନୁଷ୍ଠିତ ହୋଇଥୁଲା । ଏହି ନ୍ୟାୟ ଯାତ୍ରାକୁ ସଫଳ ରୂପାୟନ କରିଥିବା ରାଜ୍ୟବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ।
ରାଜ୍ୟରେ ମହିଳାମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଦ୍ଧରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାରେ ବିଜେପି ଓ ବିଜେଡ଼ିର ଭାଗିଦାରିରେ ଚାଲୁଥିବା ସରକାରଙ୍କ ଅମଳରେ ରାଜ୍ୟର ମା’ ଓ ଭଉଣୀମାନେ ସୁରକ୍ଷିତ ନୁହଁନ୍ତି । ରାଜ୍ୟର ମହିଳା ହିଂସା ଓ ସାଇବର ଅପରାଧରେ ଓଡ଼ିଶା ୧ ନମ୍ବର ହୋଇଥିବାବେଳେ ନାବାଳିକା ହିଂସାରେ ଦ୍ୱିତୀୟ, ଶିଶୁ ନିଖୋଜରେ ତୃତୀୟ, ଅସଦାଚରଣରେ ଚତୁର୍ଥ ଓ ଏନ୍.ସି.ଆର.ବି ରିପୋର୍ଟ ଅନୁସାରେ ପ୍ରତ୍ୟେକ ଦିନ ୯ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ନାବାଳିକା ଅନ୍ତର୍ଭୁକ୍ତ ବୋଲି କହିଛନ୍ତି ଏଆଇସିସି ଗଣମାଧ୍ୟମ ଓଡ଼ିଶା ପ୍ରଭାରୀ ବବିତା ଶର୍ମା । କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଏନ୍.ସି.ଆର.ବି. ରିପୋର୍ଟ ୨୦୨୨ ଅନୁସାରେ ରାଜ୍ୟରେ ମାନବ ଚାଲାଣ ହେଉଥିବା ୧୧୨୦ ଜଣଙ୍କ ମଧ୍ୟରୁ ମହିଳା ସଂଖ୍ୟା ୫୦୨ । ଉତ୍ପିଡ଼ନର ଶିକାର ହେଉଛନ୍ତି ୭୩୨୭ । ସେହିପରି ଶିଶୁ ନିଖୋଜ ସଂଖ୍ୟା ୫୫୮୧ । ମହିଳାଙ୍କ ବିରୋଧରେ ୫୪୨ ଟି ସାଇବର ଅପରାଧ ସଂଗଠିତ ହୋଇଛି ଯାହା ଦେଶର ସର୍ବାଧିଥକ । ୨୦୨୧- ୨୩ ମଧ୍ୟରେ ରାଜ୍ୟରେ ୯୪୯୫ ଟି ଦୁଷ୍କର୍ମ ଘଟିଥିବାବେଳେ ମାସକୁ ୨୬୩ ଟି ଘଟଣା ରହିଛି । ଏଥୁରେ ଦୋଷି ସାବ୍ୟସ୍ତ ହାର ସର୍ବନିମ୍ନ ରହିଛି । ସେ କହିଥିଲେ ଯେ, ରାଜ୍ୟରେ ଘଟିଯାଇଥିବା ପରୀ ଓ ମମତା ମେହର ଭଳି ଅନେକ ଘଟଣା ରାଜ୍ୟବାସୀଙ୍କୁ ମର୍ମାହତ କରିଛି । ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟ ୨୦୧୯ ରୁ ୨୦୨୧ ମଧ୍ୟରେ ୧୫ ରୁ ୪୯ ବର୍ଷର ମହିଳାମାନେ ରକ୍ତହିନତାର ଶିକାର ହେଉଛନ୍ତି । ସେମାନଙ୍କ ସଂଖ୍ୟା ୬୪ ପ୍ରତିଶତ । ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଏହା ଶତକଡ଼ା ୭୧.୦୭ ପ୍ରତିଶତ । ଓଡ଼ିଶା ବିକାଶ କନ୍‌କ୍ଲେଭ୍ ୨୦୨୩ ତଥ୍ୟ ଅନୁସାରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଯଥା ସମ୍ବଲପୁର, ନୂଆପଡ଼ା, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାମାନଙ୍କରେ ଶିଶୁ ମୃତ୍ୟୁହାର ଉଦ୍‌ବେଗଜନକ ରହିଛି । ସେ ଆହୁରି କହିଛନ୍ତି ଯେ, ବିଜେଡ଼ି, ବିଜେପି ଭାଗିଦାରୀରେ ଚାଲୁଥିବା ରାଜ୍ୟ ସରକାର ମହିଳାମାନଙ୍କ ସୁରକ୍ଷା ପ୍ରତି ଆଖବୁଜି ଦେଇଛନ୍ତି । ରାଜ୍ୟବାସୀ ସରକାରଙ୍କର ଏତାଦୃଶ୍ୟ ମାନସିକତାକୁ କେବେହେଲେ କ୍ଷମା ଦେବେ ନାହିଁ ।


ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ- ମୀନାକ୍ଷୀ ବାହିନିପତି କହିଥିଲେ ଯେ ରାଜ୍ୟରେ ମହିଳାମାନଙ୍କୁ ନ୍ୟାୟ ମିଳୁନାହିଁ । ଏ ସରକାର ହେଉଛନ୍ତି ରାବଣ ଓ ଦୁଶାସନର ସରକାର । ପୂର୍ବରୁ କୁନ୍ଦୁଲୀ, ଇତିଶ୍ରୀ ଓ ବେବିନାଙ୍କ ପରି ଅନେକଙ୍କୁ ଏ ସରକାର ନ୍ୟାୟ ଦେଇନାହାନ୍ତି । ଆଜି ବି ନ୍ୟାୟ ପାଇଁ ହଜାର ହଜାର ପିଡ଼ିତା ଅପେକ୍ଷା ରଖୁଛନ୍ତି । ଏମାନଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ ଜାରି ରଖୁବ ରାଜ୍ୟ ମହିଳା କଂଗ୍ରେସ । ଆଗାମୀ ଦିନରେ ଏହି ରାବଣ ଓ ଦୁଶାସନ ରୂପି ସରକାରର ପତନ ଘଟାଇ ସେମାନଙ୍କୁ ନ୍ୟାୟ ଦେବ କଂଗ୍ରେସ ବୋଲି ସେ କହିଥିଲେ ।
ଓଡ଼ିଶା କଂଗ୍ରେସର ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି କହିଥିଲେ ଯେ, ରାଜ୍ୟରେ ବିଜେଡ଼ି ଓ ବିଜେପି ଦ୍ଵାରା ସହଭାଗିତାରେ ଚାଲୁଥିବା ଓଡ଼ିଶା ସରକାର ଜନତାଙ୍କୁ ଧୋକା ଦେଇଛନ୍ତି ଏବଂ ଜନତାଙ୍କ ସହ ଅନ୍ୟାୟ ହୋଇଛି । ଏହି ବାର୍ତାକୁ ଓଡ଼ିଶାରେ ଘରେ ଘରେ ପହଂଚାଇ ଥିବାରୁ ସମସ୍ତ ଗଣମାଧ୍ୟମ ପ୍ରତିନିଧୁଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ ଡ. ମହାନ୍ତି । ରାଜ୍ୟ ସରକାର ମହିଳାମାନଙ୍କ ସଶକ୍ତିକରଣ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଅଭିଯୋଗ କରି ସେ କହିଥିଲେ ଯେ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ନିର୍ବାଚନକୁ ଆଖୁ ଆଗରେ ରଖ୍ ମହିଳାମାନଙ୍କ ପାଇଁ ବଜେଟରେ ଯେଉଁ ବ୍ୟୟ ବରାଦ କରିଥିଲେ ତାହା ରାଜନୈତିକ ଉଦ୍ଦେଶ ଛଡ଼ା ଆଉ କିଛି ନୁହେଁ । ୨୦୧୮-୧୯ ବଜେଟରେ ଏସ୍.ଏସ୍.ଜି ମହିଳାଙ୍କ ପାଇଁ ୧୧୧୧.୪୫ କୋଟି ଟଙ୍କା ବ୍ୟୟ ବରାଦ କରିଥିହବାବେଳେ ନିର୍ବାଚନ ପରିବର୍ତି ବର୍ଷରେ ଏହା କମି ଅର୍ଥାତ ୨୦୧୯-୨୦ ରେ ୩୪୯.୫୭ କୋଟି, ପରେ ୨୦୨୦-୨୧ ରେ ୩୧୫ କୋଟି ହେବା ପଛରେ ଉଦ୍ଦେଶ କ’ଣ ବୋଲି ସେ ପ୍ରଶ୍ନ କରିଥିଲେ । ଏବେ ସମାନ ଭାବେ ୨୦୨୪ ନିର୍ବାଚନ ପୂର୍ବରୁ ଊନ୍ତରଣ ବଜେଟରେ ୧୧୭୯ କୋଟି ଟଙ୍କା କେବଳ ମହିଳାମାନଙ୍କ ଭୋଟ ପାଇଁ ଉଦ୍ଦିଷ୍ଟ, ଏହା ମହିଳା ସଶକ୍ତିକରଣ ପାଇଁ ନୁହେଁ । ନିର୍ବାଚନ ଆସିଲେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟୟ ବରାଦ ସରକାର ବୃଦ୍ଧି କରନ୍ତି ଓ ପରେ ଏହାକୁ କମେଇ ଦେବା କି ପ୍ରକାର ମାନସିକତା ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟ କଂଗ୍ରେସ ମହିଳାମାନଙ୍କ ସୁରକ୍ଷା ଓ ସେମାନଙ୍କୁ ସଶକ୍ତକରିବା ପାଇଁ ପ୍ରତିଶ୍ରୁତି ବଦ୍ଧ । ରାଜ୍ୟବାସୀଙ୍କ ସ୍ୱାର୍ଥରେ ଓଡ଼ିଶା ଓ ଓଡ଼ିଆ ଅସ୍ମିତା ପାଇଁ କଂଗ୍ରେସର ଲଢ଼େଇ ଜାରି ରହିବ ବୋଲି ଡ. ମହାନ୍ତି କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login