ନୂଆଦିଲ୍ଲୀ : ବଢ଼ିଲା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ। ଦଣ୍ଡାଦେଶ ବିରୋଧରେ ରାହୁଲଙ୍କ ପିଟିସନକୁ ଖାରଜ କରିଛନ୍ତି ସୁରଟ ସେସନ୍ସ କୋର୍ଟ। ଆପରାଧିକ ମାନହାନୀ ମାମଲାରେ ଦଣ୍ଡାଦେଶକୁ ସୁରଟ ସେସନ୍ସ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରାହୁଲ ଗାନ୍ଧୀ। ୧୩ ତାରିଖରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଆଜି ରାୟ ପ୍ରକାଶ ପାଇଛି। ଆପରାଧିକ ମାନହାନୀ ମାମଲାରେ ରାହୁଲଙ୍କୁ ମାର୍ଚ୍ଚ ୨୩ରେ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ ସୁରଟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ କୋର୍ଟ। ‘ମୋଦି’ ସାଙ୍ଗିଆକୁ ନେଇ ୨୦୧୯ରେ ରାହୁଲ ଦେଇଥିବା ଟିପ୍ପଣୀ ମାମଲାରେ ଏହି ଦଣ୍ଡାଦେଶ ହୋଇଥିଲା।ଦଣ୍ଡାଦେଶ ପରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଛି। ପରେ ମାର୍ଚ୍ଚ ୨୭ରେ ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ ହୋଇଥିଲା। ୨ ବର୍ଷ ଦଣ୍ଡାଦେଶ ରାୟକୁ ସୁରଟ ସେସନ୍ସ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ରାହୁଲ ଗାନ୍ଧୀ। ଏବେ ପିଟିସନ ଖାରଜ ହେବା ପରେ ରାହୁଲଙ୍କ ଓକିଲ ହାଇକୋର୍ଟରେ ଅପିଲ୍ କରିବାକୁ ଯାଉଛନ୍ତି।
Views: 86