କେରଳ : ରାସ୍ତା କଡରେ ତମ୍ବୁ ଲଗାଇ ଶୋଇଥିଲେ । ମାଡିଗଲା ଟ୍ରକ । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ପିଲା ମଧ୍ୟ ରହିଛନ୍ତି । କେରଳର ତ୍ରିଶୁରରେ ଘଟିଛି ଏଭଳି ଦୁର୍ଘଟଣା । ସୂଚନା ଅନୁସାରେ, କେରଳ ତ୍ରିଶୁରରେ କିଛି ଲୋକେ ରାସ୍ତା କଡରେ ତମ୍ବୁ ବାନ୍ଧି ଶୋଇଥିଲେ । ଏହି ସମୟରେ ଦ୍ରୁତ ଗତିରେ ଏକ ଟ୍ରକ ଆସି ଚାପି ଦେଇଥିଲା । ଫଳରେ ୨ ଶିଶୁଙ୍କ ସମେତ ୫ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ୬ ଅଧିକ ଆହତ ହୋଇଥିବା ସୂଚନା ରହିଛି । ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ପୋଲିସ ଟ୍ରକ ଚାଳକକୁ ଗିରଫ କରି ଅଧିକ ତଦନ୍ତ କରୁଛି । ଟ୍ରକ ଡ୍ରାଇଭର ପାଖରେ ଲାଇସେନ୍ସ ନଥିବା ପୋଲିସ କହିଛି । ଘଟଣା ପରେ ତ୍ରିଶୁର ସହର ଏସପି ଏବଂ ପ୍ରଶାସନିକ ଅଧିକାରୀ ପହଞ୍ଚି ତଦାରଖ କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି ।
Views: 43