କାମାକ୍ଷାନଗର : ସାଇକେଲ ଧରି ରାସ୍ତା କଡ଼ରେ ଛିଡା ହୋଇଥିବା ବେଳେ ଧକ୍କା ଦେଲା ବାଇକ, ବୃଦ୍ଧ ମୃତ । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ -ଜିରାଳ ପୂର୍ତ୍ତବିଭାଗ ରାସ୍ତାର କଙ୍ଗେଇଲ ଛକ ନିକଟରେ ଦୁର୍ଘଟଣା । ମୃତକ ଜଣକ ଅଙ୍କୁର ଚରଣ ଖୁଣ୍ଟିଆ । ଅଙ୍କୁର କୌଣସି କାମରେ ସାଇକେଲ ନେଇ ଗାଁ ଛକ ନିକଟକୁ ଆସିଥିବା ବେଳେ ରାସ୍ତା କଡ଼ରେ ସାଇକେଲ ଧରି ଛିଡା ହୋଇଥିଲେ। ସେହି ସମୟରେ ଜିରାଳ ଆଡୁ ଯାଉଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ପରିବାର ଲୋକ ତୁରନ୍ତ ତାଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Views: 46











