କଟକ : ରାସ୍ତାରେ ପଢିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ । ବିଶ୍ୱବିଦ୍ୟାଳୟରେ କ୍ଲାସ ରୁମ ଅସୁରକ୍ଷିତ ଦର୍ଶାଇ ପ୍ରତିବାଦ କଲେ । ରାସ୍ତାରେ ବସି ପାଠ ପଢିଲେ ଯୁକ୍ତ ୩ କଳା ୨ ବର୍ଷର ଛାତ୍ରଛାତ୍ରୀ । କ୍ଲାସରୁମ ଅସୁରକ୍ଷିତ ହୋଇପଡିଥିବାରୁ ମରାମତି ଦାବି କଲେ । ପୂର୍ବରୁ ଏନେଇ ଦାବି କରି ଆସୁଥିଲେ ବି କର୍ତ୍ତୁପକ୍ଷ ଶୁଣୁନଥିବା ଅଭିଯୋଗ । କ୍ଲାସରୁମ୍ ଅସୁରକ୍ଷିତ ଥିବାରୁ ଅଭିନବ ଉପାୟରେ ପ୍ରତିବାଦ କରିଥିଲେ ଛାତ୍ରଛାତ୍ରୀ । କୁଳପତି କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ଯୁକ୍ତ ୩ ଓଡ଼ିଆ ବିଭାଗର ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ । ତେବେ ୭/୮ ଦିନ ମଧ୍ୟରେ ମରାମତି ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଥିଲେ ।
Views: 36











