The Ultimate Managed Hosting Platform
ADVERTISEMENT

ରାସ୍ତାରେ ଜଳିଗଲା ୧୦୮ ଆମ୍ବୁଲାନ୍ସ

Facebook
Twitter
LinkedIn

ବାଲୁଗାଁ : ରାସ୍ତାରେ ଜଳିଗଲା ୧୦୮ ଆମ୍ବୁଲାନ୍ସ । ନାଚୁଣୀ ଥାନା ଦେଓଗାଁ-ଆୟତ୍ତପୁର ରାସ୍ତାରେ ଜଳିଗଲା । ସର୍ଟ ସର୍କିଟ ଯୋଗୁଁ ଆମ୍ବୁଲାନ୍ସରେ ନିଆଁ ଲାଗିଥିବା ସୂଚନା । ଏତେ ଭୟଙ୍କର ଭାବେ ଜଳିଥିଲା ଯେ ୩୦୦ ଫୁଟ ଦୂରରେ ଛିଟିକି ପଡିଥିଲା ଆମ୍ବୁଲାନ୍ସର ଖଣ୍ଡ ବିଖଣ୍ଡିତ ପାର୍ଟସ । ତେବେ ବଡ଼ ଅଘଚଣରୁ ଅଳ୍ପକେ ବର୍ତିଯାଥିଲେ ଆମ୍ବୁଲାନ୍ସର ଡ୍ରାଇଭରଙ୍କ ସମେତ ତିନି ଜଣ କର୍ମଚାରୀ ।
ଗତକାଲି ରାତି ପ୍ରାୟ ୨ଟାରେ ଆମ୍ବୁଲାନସଟି ଶାଲୁଣିରୁ ଗମ୍ଭାରୀମୁଣ୍ଡା ଫେରୁଥିବା ସମୟ ରେ ଘଟିଛି ଘଟଣା । ପ୍ରଥମେ ବ୍ୟାଟେରୀ ର ତ୍ରୁଟି ଓ ସର୍ଟସର୍କିଟ ଯୋଗୁଁ ବ୍ଲାଷ୍ଟ ହୋଇଥିବା ଜଣାପଡିଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login