ଭଦ୍ରକ : ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ପିଟିଲା ସ୍କର୍ପିଓ । ଚାଲିଗଲା ୨ ଜଣଙ୍କର ଜୀବନ । ସ୍କର୍ପିଓ ଡ୍ରାଇଭର ସହ ଜଣେ ମହିଳା ମୃତ । ୪ ଜଣ ଗୁରୁତର ହୋଇଛନ୍ତି । ଏନଏଚ ୧୬ ନଳାଙ୍ଗ ସାଇ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ସ୍କର୍ପିଓ ପଶ୍ଚିମବଙ୍ଗରୁ ପୁରୀ ଆସୁଥିବା ବେଳେ ଦୁର୍ଘଟଣା ସୂଚନା । ଗତକାଲି ସନ୍ଧ୍ୟାରେ ସ୍କର୍ପିଓ ଯୋଗେ ପରବିାରର ସଦସ୍ୟ କୋଲକତାରୁ ପୁରୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ସ୍କର୍ପିଓ ଗାଡିଟି ଜାତୀୟ ରାଜପଥରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଦ୍ରୁତ ଗଚ୍ଛିରେ ଯାଇ ଧକ୍କା ଦେଇଥିଲା । ଦୁର୍ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
Views: 79