The Ultimate Managed Hosting Platform
ADVERTISEMENT

ରାସ୍ତାରେ ଓଲଟିଲା ପିକଅପ ଭ୍ୟାନ

Facebook
Twitter
LinkedIn

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି । ଚାଷୀଙ୍କ ପନିପରିବା ନେଇ ଦିଲ୍ଲୀର ଆଜାଦପୁରରୁ ମଣ୍ଡି ଯାଉଥିବା ସମୟରେ ଏପରି ଅଘଟଣ ଘଟିଥିବା ଜଣାପଡିଛି ।ଚନାନୁଯାୟୀ, ଚାଷୀଙ୍କ ପନିପରିବା ନେଇ ଦିଲ୍ଲୀର ଆଜାଦପୁରରୁ ମଣ୍ଡି ଯାଉଥିବା ପିକଅପ୍ ଭ୍ୟାନ ମିଥାଲି ଗାଁ ନିକଟରେ ଓଲଟି ପଡିଥିଲା । ଫଳରେ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୮ ଜଣ ଆହତ ହୋଇଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏବଂ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିବା ସହିତ ଗାଡ଼ି ତଳେ ଫସି ରହିଥିବା ଲୋକଙ୍କୁ ବାହାର କରିଥିଲେ । ପିକଅପର ଆକ୍ସଲ ଭାଙ୍ଗିଯିବାରୁ ନିୟନ୍ତ୍ରଣ ହରାଇ ଭ୍ୟାନଟି ରାସ୍ତାରେ ଓଲଟି ପଡିଥିଲା ବୋଲି ପୋଲିସ ସୂଚନା ଦେଇଛି । ଏହାରି ମଧ୍ୟରେ ମୃତକଙ୍କ ପରିଚୟକୁ ଚିହ୍ନଟ କରିଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login