ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନ ନିକଟରେ ଅଗ୍ନିକାଣ୍ଡ । ରାଷ୍ଟ୍ରପତି ଭବନ ଗେଟ ନଂ ୩୧ ପାଖରେ ଥିବା ଏକ ବିଲିଡିଂରେ ନିଁ ଲାଗିଥିବା ଖବର ମିଳିଛି । ଅଗ୍ନିକାଣ୍ଡ ବିଷୟରେ ସୂଚନା ମିଳିବା ପରେ ହଇଚଇ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ୫ଟି ଦମକଳ ଗାଡ଼ି ନିୟୋଜିତ ରହିଛି । ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀ ଏହା ବିଷୟରେ ସୂଚନା ଦେଇଛନ୍ତି । ଅଧିକାରୀ କହିବା ଅନୁଯାୟୀ, ଦୁଇ ମହଲା ବିଶିଷ୍ଟ ବିଲିଡିଂର ଭୂତଳରେ ଘରୋଇ ଜିନିଷରେ ନିଆଁ ଲାଗିଯାଇଥିଲା । ଅପରାହ୍ନ ୧.୫୧ରେ ଏହି ଘଟଣା ଘଟିଛି । ନିଆଁ ଲାଗିବାର ୨୦ ମିନିଟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଘଟଣା ସ୍ଥଳକୁ ୫ଟି ଦମକଳ ଗାଡ଼ି ପଠାଯାଇଥିଲା ।
Views: 54











