The Ultimate Managed Hosting Platform
ADVERTISEMENT

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତାଙ୍କ ଅଶାଳିନ ମନ୍ତବ୍ୟ, କେନ୍ଦ୍ରାପଡା ବିଜେପି ଦାହ କଲା କୁଶ ପୁତ୍ତଳିକା ।

Facebook
Twitter
LinkedIn

ଭାରତୀୟ ଜନତାପାର୍ଟି କେନ୍ଦ୍ରାପଡ଼ା ଜିଲ୍ଲା ତରଫରୁ ତିନି ମୁହାଣୀ ଛକ ଠାରେ କଂଗ୍ରେସ ର ତିନିଜଣ ନେତା ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଆଜି କେନ୍ଦ୍ରାପଡା ର ତିନିମୁହାଣୀ ରାମ ମନ୍ଦିର ପରିସରରୁ ବିଜେପି କାର‌୍ୟ୍ୟକର୍ତ୍ତା ମାନେ ଏକ ଶୋଭାଯାତ୍ରାରେ ବାହାରି ତିନିମୁହାଣୀ ଠାରେ ପହଞ୍ଚି କଂଗ୍ରେସ ବିରୁଦ୍ଧରେ ବିଭିନ୍ନ ନାରା ଦେଇଥିବା ଦେଖାଯାଇଥିଲା ।

କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧରୀ ଭାରତର ରାଷ୍ଟ୍ରପତିଙ୍କୁ ରାଷ୍ଟ୍ର ପତ୍ନୀ ,ଦେଶପାଇଁ କଳଙ୍କ , ଏଭଳି କିଛି ହୀନ ମନ୍ତବ୍ୟ ଦେବାକୁ ନେଇ ଦେଖାଯାଇଥରଲା ଅସନ୍ତୋଷ । ଯାହାକୁ ବିରୋଧ କରି ଆଜି କେନ୍ଦ୍ରାପଡ଼ା ବିଜେପି ଉପସଭାପତି ଉପିନ୍ କୁମାର୍ ରାଉତ ଙ୍କ ନେତୃତ୍ଵ ରେ ସୋନିଆ ଗାନ୍ଧୀ, ରାହୁଲ୍ ଗାନ୍ଧୀ ଏବଂ ଅଧିର ରଞ୍ଜନ ଚୌଧୁରୀଙ୍କ କୁଶ ପୁତ୍ତଳିକା ଦାହ କରିଛି କେନ୍ଦ୍ରାପଡା ବିଜେପି ।

ଏହା ସହିତ ଅଧିର ରଞ୍ଜନ ଚୈଧୁରୀ କୁ ଗିରଫ କରିବା ପାଇଁ ମଧ୍ୟ ଦାବି କରିବା ସହିତ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଦେଶବାଶି ଙ୍କୁ କ୍ଷମାପ୍ରାର୍ଥନା କରନ୍ତୁ ବୋଲି କୁଶପୁତ୍ତଳିକା ଦାହ କରି ପ୍ରତିବାଦ କରିଛି କେନ୍ଦ୍ରାପଡା ବିଜେପି । ଉକ୍ତ କାର‌୍ୟ୍ୟକ୍ରମ ରେ ମହେଶ ମହାନ୍ତି ରଜ୍ୟ ସ୍ୱଚ୍ଛ ଭାରତ ସଂଯୋଜକ ଯୋଗଦେଇଥିବା ବେଳେ ଜିଲ୍ଲା ସମ୍ପାଦକ ଶଶାଙ୍କ ଶେଖର ସେଠୀ, ମିଡିଆ ସେଲ ସଭାପତି ନେହେରୁ କୁମାର ସାହୁ, ଅମର ବିଶ୍ୱାଳ,କୃଷକ ନେତା ବିକ୍ରମ ରାଉତରାୟ, ଯୁବ ମୋର୍ଚ୍ଚା ସମ୍ପାଦକ ରତି ରଞ୍ଜନ ଜେନା , ରଶ୍ମୀ ରଞ୍ଜନ ରାଉତ,ମହିଳା ମୋର୍ଚ୍ଚା ର ଝିଲି ଦାସ୍, ବନ୍ଦନାରାଣୀ ରାଉତରାୟ, ନିର୍ମଳା ମଲ୍ଲ,ପ୍ରସନ୍ନ ସାହୁ,ବଳରାମ ବେହେରା ପ୍ରମୁଖ ଯୋଗ ଦେଇଥିବା ଦେଖାଯାଇଥିଲା ।


ରିିପୋର୍ଟ ରଂଜନ କୁମାର ସାହୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login