ବାଲେଶ୍ଵର : ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ୍ ସରବରାହ ବନ୍ଦ ପ୍ରସଙ୍ଗ । ଫକୀର ମୋହନ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ରାଜ୍ୟପାଳଙ୍କ ୭ ଦିନ ମଧ୍ୟରେ ଉତ୍ତର ଦେବାପାଇଁ ରିପୋର୍ଟ ତଲବ କରିଛନ୍ତି। କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀଙ୍କ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ରାଜ୍ୟପାଳଙ୍କ ନିର୍ଦ୍ଦେଶ ମୂଳେ ଆସନ୍ତା ଶୁକ୍ରବାର ସୁଦ୍ଧା ମୁଁ ରିପୋର୍ଟ ପ୍ରଦାନ କରିବି । ତଦନ୍ତ ପାଇଁ ଏକ କମିଟି ଗଠନ ହୋଇଥିଲା। ପ୍ରାଥମିକ ପର୍ୟ୍ୟାୟରେ ଚେୟାରମେନ ପିଜି କାଉନସିଲ , ରେଜିଷ୍ଟ୍ରାର, ଡେଭଲପମେଣ୍ଟ ଅଫିସର କମିଟିରେ ରହିଛନ୍ତି । ସେମାନେ ଗତକାଲି ରିପୋର୍ଟ ଦେବା କଥା । ଯେହେତୁ ରେଷ୍ପନ୍ସିବିଲିଟି ଫିକ୍ସ କଥା ଆସୁଛି ତଦନ୍ତକୁ ଆହୁରି ଟିକିଏ ବ୍ୟାପକ କରି ଗୁରୁବାର କିମ୍ବା ଶୁକ୍ର ବାରରେ ଆମେ ରିପୋର୍ଟ ପ୍ରଦାନ କରିବୁ ।
Views: 66