The Ultimate Managed Hosting Platform
ADVERTISEMENT

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା , ମୁଖ୍ୟ ଯଜମାନ ହେବେ ମୋଦୀ

Facebook
Twitter
LinkedIn

ଅଯୋଧ୍ୟା: ୨୨ରେ ଅଯୋଧ୍ୟାରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା। ମୁଖ୍ୟ ଯଜମାନଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ କାର୍ୟ୍ୟକ୍ରମର ବିବରଣୀ ସାମ୍ନାକୁ ଆସିଛି। ୨୨ ତାରିଖ ସୋମବାର ଅପରାହ୍ନ ୧୨ଟା ୫ ମିନିଟରେ ପ୍ରଧାନମନ୍ତ୍ରୀ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଓ ପୂଜାର୍ଚ୍ଚନା କରିବେ। ଅପରାହ୍ନ ୧ଟାରେ ସେ ସାର୍ବଜନୀନ କାର୍ୟ୍ୟକ୍ରମରେ ଯୋଗଦେବେ। ଅପରାହ୍ନ ୨ଟା ୧୫ରେ ପ୍ରଧାନମନ୍ତ୍ରୀ କୁବେରଟିଲା ସ୍ଥିତ ଶିବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବେ। ରାମ ମନ୍ଦିର ଉଦଘାଟନ ସମାରୋହକୁ ପ୍ରାୟ ୮ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟ ସ୍ବାଗତ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଯାଇଥିବା ବେଳେ ପୂରା ବିଶ୍ବରେ ପ୍ରାଣ ପ୍ରତିଷ୍ଠା ସମାରୋହ ନେଇ ଉତ୍ସାହ ଦେଖିବାକୁ ମିଳିଛି। ଭଗବାନ ରାମଲାଲାଙ୍କ ଭବ୍ୟ ନିବାସ ଏବେ ରଙ୍ଗବେରଙ୍ଗ ଫୁଲ ଓ ଆଲୋକରେ ସଜେଇ ହୋଇଛି। ରାମ ମନ୍ଦିରର ଭବ୍ୟତା ଓ ସାଜସଜ୍ଜା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଛି ଏବଂ ସମଗ୍ର ଦେଶ ରାମମୟ ହୋଇଉଠିଛି। ଆଜି ମନ୍ଦିର ଟ୍ରଷ୍ଟ ପକ୍ଷରୁ ମନ୍ଦିର ଭିତରର କେତେକ ଫଟୋ ଜାରି କରାଯାଇଛି। ସୂଚନାଯୋଗ୍ୟ,ରାମଲାଲାଙ୍କ ୫ ବର୍ଷର ଶିଶୁରୂପ ମୂର୍ତ୍ତି ଗର୍ଭଗୃହରେ ପହଞ୍ଚି ସାରିଛି। ଏହି ମୂର୍ତ୍ତିକୁ ମହୀଶୂରର ଖ୍ୟାତନାମା ମୂର୍ତ୍ତିକାର ଅରୁଣ ଯୋଗୀରାଜ ନିର୍ମାଣ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login