ଭୁବନେଶ୍ୱର : ଚଳିତବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟାରେ ଉଠିବ । ଏହାସହ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ କମିଶନରେଟ ପୋଲିସ୍ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଏନେଇ ଏକ ପ୍ରସ୍ତୁତି ବୈଠକ ବସି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । କମିଶନରେଟ ପୋଲିସ୍ ପକ୍ଷରୁ ଆୟୋଜିତ ଏହି ବୈଠକରେ ଟୁଇନ୍ ସିଟ୍ ପୋଲିସ୍ କମିଶନର ସଂଜୀବ ପଣ୍ଡା, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ଅତିରିକ୍ତ ଜିଲ୍ଲାପାଳ, ଜଟଣୀ ବିଧାୟକ ସୁର ରାଉତରାୟ, ମନ୍ଦିର କମିଟି ସଦସ୍ୟ ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିି ଯୋଗଦେଇଥିଲେ । ବୈଠକରେ ଲିଙ୍ଗରାଜ ମନ୍ଦିରର ସବୁ ସେବାୟତ ନିଯୋଗର ମୁଖ୍ୟଙ୍କ ସହ ଆଲୋଚନା କରାଯାଇଥିଲା । ଜାଗରରେ କିଭଳି ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିବେ, ସେଥିପାଇଁ ସିଂହଦ୍ୱାର ଦେଇ ଭକ୍ତଙ୍କୁ ଅନୁମତି ମିଳିବ । ଭିଆଇପି ମାନଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ହେବ । ଉତ୍ତର ଦ୍ୱାର ଦେଇ ସେବାୟତଙ୍କ ପରିବାର ଲୋକଙ୍କୁ ଅନୁମତି ମିଳିବ । ଦକ୍ଷିଣ ଦ୍ୱାର ଦେଇ କେବଳ ପ୍ରସ୍ଥାନ ବ୍ୟବସ୍ଥା ରହିବ । ବିଏମସି ପକ୍ଷରୁ ପାର୍କିଂ, ପାନୀୟ ଜଳ ଓ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ୍ ମୁତୟନ ହେବେ । ଏହାସହ ଚୋରି ଓ ଛିନତାଇ ରୋକିବାକୁ ସିସିଟିଭି ବ୍ୟବସ୍ଥା ରହିବ ।
ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











