ବ୍ୟୁରୋ : ସୁନ୍ଦର କେଶ ତ ସମସ୍ତେ ଚାହାନ୍ତି । କିନ୍ତୁ କେଶର ଯନô ନେବା ବହୁତ ଦରକାର । ବର୍ତ୍ତମାନ ଶୀତ ଦିନ ହୋଇଥିବାରୁ କେଶର ଯନô ନେବା ବହୁତ ଆବଶ୍ୟକ । କେଶର ସୌନ୍ଦର୍ୟ୍ୟ ବଜାୟ ରଖିବା ପାଇଁ, ଶୋଇବା ସମୟରେ ଏହାକୁ କିପରି ଷ୍ଟାଇଲ୍ କରିବେ ତାହା ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟସ୍ତବହୁଳ ଜୀବନରେ ଲୋକମାନେ ପ୍ରାୟତଃ ଏହିସବୁକୁ ଅଣଦେଖା କରି ଦେଇଥାଆନ୍ତି । କିନ୍ତୁ ଏହି ଅଭ୍ୟାସ କେଶ ଉପରେ ଖରାପ ପ୍ରଭାବ ପକାଇଥାଏ । କିଛି ଲୋକ ଶୋଇବା ସମୟରେ କେଶ ବାନ୍ଧି ଶୋଇଥାଆନ୍ତି ତ ଆଉ ପୁଣି କେହି କେହି କେଶ ଖୋଲା କରି ଶୋଇଥାନ୍ତି ।ପୁରୁଣା ସମୟର ମହିଳାମାନେ ରାତିରେ କେଶ ବାନ୍ଧି ଶୋଇଥାନ୍ତି । ଏହା ସହ ଅନ୍ୟମାନଙ୍କୁ ମଧ୍ୟ ଏପରି କରିବା ପାଇଁ ପରାମର୍ଶ ଦେଇଥାନ୍ତି । ହେଲେ କେବେ ଆପଣ ଜାଣିଛନ୍ତି କି ରାତିରେ କେଶ ବାନ୍ଧି ଶୋଇବା ଉଚିତ୍ ନା ଅନୁଚିତ୍ ? । ଯଦି ଆପଣମାନେ ଜାଣି ନାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ ସେ ସମ୍ପର୍କରେ ଜଣାଇବୁ । ଯଦି ଆପଣ ରାତିରେ ଲମ୍ବା କେଶକୁ ଖୋଲା ରଖନ୍ତି, ତେବେ ଅଧିକ କେଶ ଝଡିଥାଏ । କେଶ ଝଡ଼ିବା ରୋକିବାକୁ ଚାହୁଁଥିଲେ ରାତିରେ କେଶ ଖୋଲା ରଖି ଶୁଅନ୍ତୁ ନାହିଁ । ସାରା ରାତି କେଶ ଖୋଲା ରଖି ଶୋଇବା ଦ୍ବାରା କେଶ ଅଡୁଆ ହୋଇଯାଇଥାଏ । ଯଦି ଆପଣ ଆପଣଙ୍କର ଲମ୍ବା ଏବଂ ଘନ କେଶ ରଖିବାକୁ ଚାହାଁନ୍ତି ତେବେ ରାତିରେ କେଶ ଖୋଲା ରଖି ଶୁଅନ୍ତୁ ନାହିଁ । ଯେଉଁମାନଙ୍କର ଲମ୍ବା କେଶ ଅଛି ସେମାନେ ଶୋଇବା ପୂର୍ବରୁ ଏକ ଢିଲା ବେଣୀ ବାନ୍ଧନ୍ତୁ । ଯାହା ଆପଣଙ୍କ କେଶକୁ ମଜବୁତ କରିବା ସହ ଘନ ରହିବ ।ରାତି ସମୟ କେଶକୁ ଶୁଷ୍କ ଏବଂ ଦୁର୍ବଳ କରିଦେଇଥାଏ । କାରଣ ମୁଣ୍ଡ ତଳେ ଥିବା ତକିଆ କେଶରୁ କୋମଳତା ଏବଂ ତେଲ ଟାଣିନିଏ । ସକାଳୁ ପାନିଆରେ ମୁଣ୍ଡ କୁଣ୍ଡାଇବା ସମୟରେ କେଶ ଦୁର୍ବଳ ହୋଇ ଛିଣ୍ଡିବାକୁ ଲାଗିଥାଏ । ତେଣୁ ରାତିରେ କେଶକୁ ବାନ୍ଧି କିମ୍ବା ସ୍କାର୍ପ ଲଗାଇ ଶୋଇବା ଉଚିତ୍ । ଏଥିପାଇଁ କେଶକୁ ଗୁଡାଇ ଭଲ ଭାବରେ ବାନ୍ଧି ଦିଅନ୍ତୁ ।
ରାତିରେ କେଶ ବାନ୍ଧି ଶୋଇବା ଉଚିତ ନା ଅନୁଚିତ ?
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







