ଭୁବନେଶ୍ୱର : ରାଜ୍ୟ ସ୍ତରୀୟ ବିକାଶ ବାହାନର ଶୁଭାରମ୍ଭ । ଆଜିଠୁ ଜୁନ ୨୧ ଯାଏଁ ଗଡିବ ବିକାଶ ବାହାନ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସରକାରୀ ଯୋଜନା ନେଇ ଲୋକଙ୍କୁ ସଚେତନତା । ବିଭିନ୍ନ ଯୋଜନା ସମ୍ବନ୍ଧରେ କରାଯିବ ଅବଗତ । ରାଜ୍ୟର ୩୧୪ ବ୍ଲକରେ ବୁଲିବ ବିକାଶ ବାହାନ । ୫ ମହାନଗର ନିଗମ, ୧୧୫ ପୈାରାଞ୍ଚଳରେ ବି ଗଡିବ । ଅପହଞ୍ଚ ଲୋକଙ୍କ ନିକଟରେ ପହଞ୍ଚି ସୂଚନା ପ୍ରସାରଣ କରିବା ଏବଂ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଏବଂ କାର୍ୟ୍ୟକ୍ରମ ବିଷୟରେ ନାଗରିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଭଳି ସୁଶାସନର ଉଦ୍ଦେଶ୍ୟରେ ଏହି କାର୍ୟ୍ୟକ୍ରମ ହାତକୁ ନେଇଛନ୍ତି ରାଜ୍ୟ ସରକାର ।
Views: 11