ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶଙ୍ଗ ଭବନରେ ବିଜେଡି ମହିଳା ଶାଖା ପକ୍ଷରୁ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳା ବିରୋଧୀ ନୀତି ପାଇଁ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ଯୋଜନାକୁ ସମାଲୋଚନା କରି ସେ କହିଛନ୍ତି ଯେ, ଦୈନିକ ୨୭ ଟଙ୍କା ଦେଇ ସରକାର ବାହବା ନେବାକୁ ଉଦ୍ୟମ କରୁଛନ୍ତି । ଏହା ସହ ମହିଳାଙ୍କ ଉନ୍ନତି ପାଇଁ କାର୍ୟ୍ୟ କରିଥିବା ବିଜୁ ପଟ୍ଟନାୟକଙ୍କ ଜନ୍ମଦିନରେ ପାଳିତ ହୋଇ ଆସୁଥିବା ପଂଚାୟତିରାଜ ଦିବସକୁ ବାତିଲ କରି ସରକାର ବିଜୁ ପଟ୍ଟନାୟକଙ୍କ ଅପମାନ କରିଛନ୍ତି ବୋଲି ସେ କହିଛନ୍ତି । ସଂସଦ ଓ ରାଜ୍ୟ ବିଧାନସଭାରେ ମା’ ମାନଙ୍କ ପାଇଁ ଏକ ତୃତୀୟାଂଶ ଆସନ ପାଇଁ ବିଜେଡି ଦାବି କରୁଛି । ଡବଲ ଇଂଜିନ ସରକାର ମିଶନ ଶକ୍ତି ଭଳି ଲୋକପ୍ରିୟ କାର୍ୟ୍ୟକ୍ରମକୁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି । ସ୍ୱଭିମାନୀ ମା’ ମାନଙ୍କୁ ମିସଗାଇଡ୍ କରିବାକୁ ଚେଷ୍ଟା କରୁଛନ୍ତି । ପ୍ରଚାର ପାଇଁ ଶହଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ମା ମାନଙ୍କୁ ଦୈନିକ ୨୭ ଟଙ୍କା ଦେଇ ବାହାଦୁରି ନେବାକୁ ଚେଷ୍ଟା କରୁଛନ୍ତି । ମା’ ମାନଙ୍କୁ ରାଜନୈତିକ ଅଧିକାର ଦେବା ବିଜେଡିର ଲକ୍ଷ୍ୟ । ଆପଣ ହେଉଛନ୍ତି ବିଜେଡିର ଆମ୍ବାସଡାର । ଲୋକଙ୍କୁ ସଚେତନ କରନ୍ତୁ । ମା ମାନଙ୍କୁ ମିସଗାଇଡ୍ କରିବାକୁ ହେଉଥିବା ଉଦ୍ୟମକୁ ବିରୋଧ କରନ୍ତୁ ।
ରାଜ୍ୟ ସରକାରଙ୍କୁ ନବୀନଙ୍କ କଟାକ୍ଷ, ଦୈନିକ ୨୭ ଟଙ୍କାରେ ମା ମାନେ କରିବେ କଣ ?

Facebook
Twitter
LinkedIn
Facebook
Twitter
LinkedIn
Recent News
ଶାଶ୍ୱତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ
ଭୁବନେଶ୍ୱର : ବରିଷ୍ଠ ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ । ଅର୍ଥ ବିଭାଗ ପ୍ରମୁଖ ସଚିବ ସହ ଇଡକୋ ଅଧ୍ୟକ୍ଷ ଭାବେ ମଧ୍ୟ...
ଜନ୍ମବେଦୀକୁ ଯିବେ ଶ୍ରୀଜିଉ
ପୁରୀ : ଆଉ କିଛି ସମୟ ପରେ ଶ୍ରୀଜିଉଙ୍କ ଆଡପ ମଣ୍ଡପ ବିଜେ । ଅଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂରତି । ଗୋଟି ପହଣ୍ଡିରେ ଜନ୍ମବେଦୀକୁ...
ପୁରୀ ଅଘଟଣ : ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ; ଆଇନମନ୍ତ୍ରୀ
ପୁରୀ : ପୁରୀ ଅଘଟଣ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମାସେ ଭିତରେ ତଦନ୍ତ ପ୍ରକ୍ରିୟା ଶେଷ ହେବ କହିଲେ ଆଇନମନ୍ତ୍ରୀ । ଯେଉଁମାନେ...
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ
ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା । ଖୁବଶୀଘ୍ର ଅଭିଯୋଗ...