ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଆସନ୍ତା ୧୦ ତାରିଖ ପର୍ୟ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ।
୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବାକୁ ଥିବା ବେଳେ ୧୩ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ।
ଡିସେମ୍ବର ୨୦ ତାରିଖରେ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ଯେ, ସୁଜିତ କୁମାର ଇସ୍ତଫା ଦେବା ପରେ ଫାଙ୍କା ପଡିଛି ରାଜ୍ୟସଭା ଆସନ। ସଂଖ୍ୟା ଦୃଷ୍ଟିରୁ ଏହି ଆସନ ଶାସକ ବିଜେପି ଖାତାକୁ ଯିବା ଏକପ୍ରକାର ନିଶ୍ଚିତ । ତେବେ ଖାଲି ପଡିଥିବା ଆସନରେ କିଏ ରାଜ୍ୟସଭା ଯିବ ତାହାକୁ ନେଇ ଏବେ ବି ସସପେନ୍ସ ଲାଗି ରହିଛି।
Views: 65