ନୂଆଦିଲ୍ଲୀ : ରାଜ୍ୟସଭାକୁ ଯିବେ ସାଉଥ ସୁପରଷ୍ଟାର କମଲ ହାସନ। ସେ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଡିଏମକେ ତରଫରୁ ସେ ରାଜ୍ୟସଭାକୁ ଯାଉଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଓ ତାଙ୍କ ପୁଅ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ପ୍ରାର୍ଥିପତ୍ର ଦାଖଲ ବେଳେ ଉପସ୍ଥିତ ଥିଲେ। ୨୦୨୬ ବିଧାନସଭା ନିର୍ବାଚନକୁ ଦେଖି ଏହି ରଣନୀତି କରାଯାଇଥିବାର ଚର୍ଚ୍ଚା ହେଉଛି। କମଲ ହାସନ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ ବଡ଼ ଷ୍ଟାର । ତାଙ୍କର ବଡ଼ ଫ୍ୟାନ ବେସ୍ ଅଛି। ନିର୍ବାଚନରେ ବି ଏହା କାମରେ ଲାଗିପାରେ। ତାକୁ ଟାର୍ଗେଟ କରି କମଲ ହାସନଙ୍କୁ ରାଜ୍ୟସଭା ପଠାଉଛନ୍ତି ଷ୍ଟାଲିନ୍।
Views: 22