ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢୁଛି ସଂକ୍ରମଣ । ଗତ କିଛି ଦିନ ଧରି ରାଜ୍ୟରେ ୪୦୦ ଉପରେ ରହୁଛି ସଂକ୍ରମଣ । ତେବେ ରାଜ୍ୟରେ ୪୦୦ ଟପିଲା ଦୈନିକ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୮୯ ନୂଆ ଆକ୍ରାନ୍ତ । ଏହି ସମୟରେ ୬ହଜାର ୭୭୨ କୋଭିଡ୍ ଟେଷ୍ଟ ହୋଇଛି । ତେବେ କୋଭିଡରେ କେହି ପ୍ରାଣ ହରାଇ ନାହାନ୍ତି । ସୁସ୍ଥ ହୋଇଛନ୍ତି ୨୦୩ ଆକ୍ରାନ୍ତ । ରାଜ୍ୟରେ ମୋଟ ଆକ୍ଟିଭ କେସ ୨ହଜାର ୬୯୭କୁ ବୃଦ୍ଧି ପାଇଛି।
Views: 78