ଭୁବନେଶ୍ୱର : ରାଜ୍ୟରେ ବଢୁଛି କୋଭିଡ ସଂକ୍ରମଣ । ଏଯାଏ ୩୮ଟି କୋଭିଡ କେସ ଚିହ୍ନଟ । ୭୫୫ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଅନ୍ୟ ମାନେ ଘରେ ଆଇସୋଲେସନରେ ଥିବା ଜଣାପଡ଼ିଛି । କୋଭିଡ ସଂକ୍ରମଣର ମୁକାବିଲା କରିବାକୁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ସମସ୍ତ ରାଜ୍ୟକୁ ପରିସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ପରାମର୍ଶ ଦିଆଯାଇଛି । ରାଜ୍ୟଗୁଡ଼ିକୁ ଅକ୍ସିଜେନ, ଆଇସୋଲେସନ ବେଡ଼, ଭେଣ୍ଟିଲେଟର ଓ ଆବଶ୍ୟକ ଔଷଧର ଉପଲବ୍ଧତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Views: 14